ସମୁଦ୍ରର ୩୫୧ ଫୁଟ ଗଭୀରତାରେ ପହଁରିଲେ ଏହି ୨୬ ବର୍ଷୀୟା ମହିଳା ! ରଚିଲେ ଇତିହାସ, ସ୍ଥାପନ କଲେ ବିଶ୍ୱରେକର୍ଡ ।

23

ସମୁଦ୍ରର ଗଭୀରତା କେତେ, ଏହା ସମ୍ବନ୍ଧରେ କହି ହେବ ନାହିଁ । କିନ୍ତୁ ଇଟାଲୀର ସ୍ୱିମର ଏଲିସା ଜେଚିନି ସମୁଦ୍ରର ଗଭୀରତା ମଧ୍ୟରେ ପହଁରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସମୁଦ୍ର ମଧ୍ୟରେ ସେ ୩ ମିନିଟ୍ ପର୍ଯ୍ୟନ୍ତ ନିଜ ନିଶ୍ୱାସ ବନ୍ଦ କରି ରଖିଥିଲେ । ସୂଚନା ଅନୁଯାୟୀ, ସେ ସମୁଦ୍ରର ଗଭୀରତାରେ ୩୫୧ ଫୁଟ ଗଭୀରତା ପର୍ଯ୍ୟନ୍ତ ପହଁରି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିପାରିଛନ୍ତି ।

ସବୁଠାରୁ ବଡ କଥା ହେଉଛି, ଏଲିସା ସମୁଦ୍ର ମଧ୍ୟରେ ଯେତେ ଦୂର ବାଟ ଅତିକ୍ରମ କରିଛନ୍ତି, ତାହା ଏକ ଫୁଟବଲ୍ ପଡିଆ ସହ ସମାନ ଅଟେ । ତେବେ ଏହି ରେକର୍ଡକୁ ସେ ବ୍ଲୁ ହ୍ୱେଲରେ ଚାଲିଥିବା ରେ କରିଛନ୍ତି । ଆଉ ଏଥିପାଇଁ ୨୬ ବର୍ଷୀୟ ଏଲିସା ନିଜକୁ ବହୁ ପୂର୍ବରୁ ପ୍ରସ୍ତୁତ ରଖିଥିଲେ । ସମୁଦ୍ରର ଗଭୀରତାକୁ ଓହ୍ଲାଇବା ସହଜ କାମ ନୁହେଁ । ଏହି ବିପଦପୂର୍ଣ୍ଣ କାମ ପାଇଁ ସେ ଏକ ରଶିର ସାହାଯ୍ୟ ନେଇଥିଲେ । ରଶିର ସାହାଯ୍ୟ ସେ ଏଥି ପାଇଁ ନେଇଥିଲେ, କାରଣ ପହଁରିବା ସମୟରେ କୌଣସି ଅସୁବିଧା ହେଲେ, ସେ ଏହି ରଶିର ସାହାଯ୍ୟ ନେଇପାରିବେ । ଏହା ସହ ଏହ୍ ରଶି ତାଙ୍କୁ ସମୁଦ୍ରର ଗଭୀରତାକୁ ଯିବା ପାଇଁ ମଧ୍ୟ ସାହାଯ୍ୟ କରୁଥିଲା ।

ତେବେ ତାଙ୍କର ଏକ ଭିଡିଓ ମଧ୍ୟ ଜାରି ହୋଇଛି, ଯେଉଁଥିରୁ ଜଣାପଡୁଛି ଯେ, ସେ ଏହି ରେକର୍ଡ ପାଇଁ କଠିନ ପରିଶ୍ରମ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲିସା ପହଁରି ପହଁରି ସମୁଦ୍ରର ଏତେ ଗଭୀରତାକୁ ଚାଲିଯାଇଥିଲେ, ଯେଉଁଠାକୁ ସୂର୍ଯ୍ୟଙ୍କର କିରଣ ପହଞ୍ଚିପାରି ନଥାଏ । ସେ ନିଜ ନିଶ୍ୱାସ ଏବଂ ନିଜ ବୁଦ୍ଧିକୁ ନିୟନ୍ତ୍ରଣରେ ରଖି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିପାରିଛନ୍ତି ।