ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

64

କନକ ବ୍ୟୁରୋ : ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ହୋଇଛି । ଜନସଂଖ୍ୟାକୁ ରୋକିବା ପାଇଁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କରାଯାଇଛି । ସେହିପରି ଚଳିତବର୍ଷ ଜନସଂଖ୍ୟା ସ୍ଥିରତା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଜନସଂଖ୍ୟା ସ୍ଥିରତା ପକ୍ଷରୁ ୧୧ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।

ଚଳିତବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ୨୦୧୭ ପାଳନର ଗ୍ଲୋବଲ ଥିମ୍ ହେଉଛି ପରିବାର ନିୟୋଜନ ,ଜନ ସଶକ୍ତିକରଣ, ଦେଶ ବିକାଶ ।  ବନ୍ଧ୍ୟାକରଣ  ଅସ୍ତ୍ରୋପଚାର ଓ ପରିବାର ନିୟୋଜନର ସଫଳ ରୂପାୟନରେ ୨୦୧୬-୧୭ ପାଇଁ ନୂଆପଡ଼ା ମାଲକାନଗିର ଓ ଗଜପତି ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । କାୟାକଳ୍ପ ପୁରସ୍କାର ବିଭାଗରେ ଡିଏଚଏଚ ସମ୍ବଲପୁର ପ୍ରଥମ ସ୍ଥାନ ପାଇଥିବା ବେଳେ ,ଗଂଜାମର ସିଟି ହସ୍ପିଟାଲ ୨ୟ ସ୍ଥାନ ଭାବେ ପୁରସ୍କୃତ ହୋଇଛି ।