ଏବେ ଗାଈ ସମ୍ଭାଳିବେ ପାକିସ୍ତାନର ଅର୍ଥବ୍ୟବସ୍ଥା ! ଗୋବରରେ ଚାଲିବ ୨୦୦ ବସ୍

362

ପାକିସ୍ତାନର ଅର୍ଥବ୍ୟବସ୍ଥା ଏବେ ଗଧ ଓ ଗାଈଙ୍କ ଉପରେ ନିର୍ଭରଶୀଳ । ପୂର୍ବରୁ ସୂଚନା ମିଳିଥିଲା ଗଧ ଜରିଆରେ ଲୋକମାନେ ପ୍ରତିଦିନ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଯାହାଦ୍ୱାରା ଅଚାନକ ପାକିସ୍ତାନରେ ଗଧ ସଂଖ୍ୟା ବଢ଼ିଯାଇଥିଲା । ଏବେ ପାକିସ୍ତାନର ବଡ ସହର କରାଚୀରେ ବାୟୁ ପ୍ରଦୂଷଣକୁ କମ୍ କରିବା ପାଇଁ ଗାଈର ଗୋବରରେ ବ୍ୟବହାର କରାଯିବା ପାଇଁ ଯୋଜନା କରାଯାଉଛି ।

ଏପରି ହେବାଦ୍ୱାରା ଲୋକାମନେ ଆଉ ସମୁଦ୍ରରେ ଗୋବର ଓ ମୁତ୍ର ଫୋପାଡ଼ିବେ ନାହିଁ । ଯଦ୍ୱାରା ଜଳ ପ୍ରଦୂଷଣର ଭୟ କମିଯିବ । ଗାଡ଼ି ଚଳାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଗାଈର ଗୋବର ବ୍ୟବହାର କରି ସରକାର ଶୁନ୍ୟ କାର୍ବନ ଉତ୍ସରଣଯୁକ୍ତ ୨୦୦ ସବୁଜ ବସ୍ ଚଳାଇବା ପାଇଁ ଯୋଜନା କରୁଛନ୍ତି । ଆଉ ଏହି ବସର ଇନ୍ଧନ ପାଇଁ ଗାଈର ଗୋବରରେ ତିଆରି ବାୟୋ ମିଥେନ୍ ଗ୍ୟାସର ବ୍ୟବହାର ହେବ । ଗାଡ଼ି ଚଳାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏଥିପାଇଁ ଇଂଟରନ୍ୟାସନାଲ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡର ସାହାଯ୍ୟ ନିଆଯିବ । ଏହି ପରିଯୋଜନା ୪ ବର୍ଷରେ ପୂରଣ ହେବ । ସୂଚନା ଅନୁସାରେ କରାଚିରେ ଏବେ ୪ ଲକ୍ଷ ପଶୁ ଅଛନ୍ତି । ପ୍ରଶାସନ ଗୋବର ଗ୍ୟାସ୍ ତିଆରି କରି ଇନ୍ଧନ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛି । ସ୍ଥାନୀୟ ପ୍ରଶାସନ ପଶୁଙ୍କ ଗୋବର ଜମା କରିବ, ଆଉ ଯାହାପରେ ଏହାକୁ ବାୟୋମିଥେନ୍ ପ୍ରସ୍ତୁତ କରାଯିବ ।

ସୂଚନା ଅନୁସାରେ ଏହି ଯୋଜନାରେ ପ୍ରତିଦିନ ୩,୨୦୦ ଟନ୍ ଗୋବର ଓ ପଶୁ ମୁତ୍ରରେ ଯିବାରୁ ରକ୍ଷା ପାଇବ । ଯାହାଦ୍ୱାରା ସମୁଦ୍ର ମଧ୍ୟ ସ୍ୱଚ୍ଛ ରହିବ । ତେବେ ବର୍ତ୍ତମାନ ସମୟରେ ଗୋବର ସଫା କରିବା ପାଇଁ ପ୍ରତି ଦିନ ୫୦ ହଜାର ଗ୍ୟାଲନ୍ ପାଣି ଖର୍ଚ୍ଚ ହେଉଛି । ଏହି ପ୍ରୟୋଗ ସଫଳ ହେଲେ ପାଣି ଅଯଥା ନଷ୍ଟ ହେବନାହିଁ । ଲାହୋର, ମୁଲତାନ, ପେଶାୱର, ପୈସଲାବାଦ ପରି ସହରେ ଏହି ପ୍ରୟୋଗ ପ୍ରଥମେ ଲାଗୁ କରାଯିବ । ତେବେ ଏହି ପ୍ରକଳ୍ପ ପାଇଁ ମୋଟ୍ ୫୮୩ ମିଲିୟନ୍ ଡ଼ଲାର ଖର୍ଚ୍ଚ ହେବ ବୋଲି ଆକଳନ ହେଉଛି ।