ଚମତ୍କାର : ମୃତ୍ୟୁର ୨ମାସ ପରେ ହସିଲେ ବୌଦ୍ଧ ଭିକ୍ଷୁକ

61

କନକ ବ୍ୟୁରୋ :  ଏହାକୁ ଆମେ ଚମତ୍କାର ବ୍ୟତୀତ ଆଉ କିଛି କହିପାରିବା ନାହିଁ । ମୃତ୍ୟୁର ୨ମାସ ପରେ ଏକ ଶବ ହସିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଶ୍ୱାସ ଓ ଅବିଶ୍ୱାସ ଭିତରେ ସତ ଜାଣିବାକୁ ଚେଷ୍ଟା କରିଛି ସାରା ବିଶ୍ୱ । ଏହି ଖବର ପ୍ରକାଶିତ ହୋଇଛି ଅମର ଉଜାଲାରେ।ପ୍ରକାଶିତ ସୂଚନା ଅନୁସାରେ , ଏହି ମାମଲା ଥାଇଲାଣ୍ଡର ଅଟେ । ଜଣେ ବୌଦ୍ଧ ଭିକ୍ଷୁକଙ୍କର ଶବକୁ ତାଙ୍କର ଭକ୍ତମାନେ ଏକ ବିଧି ବିଧାନ ପାଇଁ କବରରୁ ବାହାର କରିଥିଲେ । ଆଉ ଏହାପରେ ଯାହା ଦେଖିଲେ ବିଶ୍ୱାସ କରିପାରିଲେ ନାହିଁ । ଯାହା ସେମାନେ ଦେଖିଲେ ଆଖି ଜଳକା ହେଲାଭଳି ମନେହେଲା । ବାସ୍ତବିକ୍ ବୌଦ୍ଧ ଭିକ୍ଷୁକଙ୍କ ଶରୀରରେ କିଛି ଭିନ୍ନତା ନଥିଲା । ଏବଂ ତାଙ୍କ ମୁହଁରେ ହସ ଫୁଟିଉଠିଥିଲା ।

ଏକ ମିଡିଆ ରିପୋର୍ଟ ଅନୁସାରେ , ଏହି ଶବଟି ବୌଦ୍ଧ ଭିକ୍ଷୁକଙ୍କ ଗୁରୁ ଲୁଆଙ୍ଗ ଫୋର ପିଆନର ଅଟେ । ଯାହାଙ୍କ ମୃତ୍ୟୁ ୯୨ ବର୍ଷ ବୟସରେ ହୋଇଥିଲା । ମୃତ୍ୟୁ ପରେ ତାଙ୍କୁ ଏହି ମନ୍ଦିରରେ କବର ଦିଆଯାଇଥିଲା ଯେଉଁଠି ସେ ସେବା କରୁଥିଲେ । ଠିକ୍ ୨ମାସ ପରେ ଏକ ଖାସ୍ ବିଧିରେ ତାଙ୍କ ଶବକୁ କବରରୁ ବାହାରକୁ ବାହାର କରାଯାଇଥିଲା । ଏହାକୁ ଦେଖି ଅନ୍ୟ ଭିକ୍ଷୁକ ଆଶ୍ଚର୍ଯ୍ୟ ହୋଇଗଲେ । ଲୁଆଙ୍କଙ୍କ ଚେହେରାରେ ଏକ ସ୍ୱାଭାବିକ୍ ହସ ଥିଲା । ଏମିତି ଲାଗୁଥିଲା କି ଯେମିତି କି ସେ ଗଭୀର ନିଦ୍ରାରେ ଶୋଇଯାଇଥିଲେ ।

ଏହାକୁ ବିଶ୍ୱାସ କରିବା ମୁସ୍କିଲ ଯେ , ୨ ମାସ ପରେ ମଧ୍ୟ ତାଙ୍କର ଶରୀରର ସେମିତି ଥିଲା , ଯେମିତି ପୂର୍ବରୁ ଥିଲା । ବର୍ତ୍ତମାନ ତାଙ୍କର ଶରୀରର ଅବସ୍ଥାରେ କିଛି ପରିବର୍ତ୍ତନ ଆସିନିି । କିନ୍ତୁ ଆଜି ବି ସେହି ଡେଡବଡିକୁ ଦେଖି କେହି ବି କହିବେନି ଯେ ୨ ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ଯିଏ ବି ତାଙ୍କର ଶବକୁ ଦେଖୁଛି ସେ କହୁଛନ୍ତି , ଏମିତି ଲାଗୁଛି କି ତାଙ୍କ ମୃତ୍ୟୁ ଏଇ ୩୬ ଘଂଟା ହେଲା ହୋଇଛି । ତାଙ୍କର ମୁହଁରେ ଥିବା ହସକୁ ଦେଖି ଭକ୍ତଙ୍କର ମଧ୍ୟ ଏକ ଲଜିକ୍ ଅଛି । ସେମାନେ ମାନନ୍ତି କି ତାଙ୍କୁ ମୋକ୍ଷ ମିଳିଛି ।

ଆପଣଙ୍କର ସୂଚନା ପାଇଁ ଏହା ଜଣାଉଛୁ କି ଭିକ୍ଷୁକଙ୍କର ଶବ କୁ ଏଠାରେ ଖାସ୍ ବିଧି କରାଯାଏ । କାରଣ ତାଙ୍କୁ ସଫା କରି ନୂଆ କପଡା ପିନ୍ଧାଇ ଦିଆଯାଏ । ପୁଣି ତାଙ୍କ ପାଇଁ ପୂଜା କରାଯାଏ । ଏହି ପୂଜା ସେତେଦିନ ଯାଏ ଚାଲେ , ଯେତେଦିନ ଯାଏ ତାଙ୍କ ମୃତ୍ୟୁର ୧୦୦ଦିନ ପୁରା ହୋଇନାହିଁ । ୧୦୦ଦିନ ପୁରା ହେବା ପରେ ତାଙ୍କୁ ସବୁଦିନ ପାଇଁ କବର ଦିଆଯିବ । ପ୍ରକୃତରେ ବୌଦ୍ଧ ଧର୍ମରେ ବୌଦ୍ଧ ଭିକ୍ଷୁକଙ୍କ ଶବକୁ ୧୦୦ ଦିନ ଯାଏ ଏହି ପ୍ରକ୍ରିିୟା ଅନୁସାରେ ଫାଇନାଲ ସେରେମନି ଯାଏ ରଖାଯାଏ ।