ଚୋରି ହୋଇଗଲା ବିଶ୍ୱର ସବୁଠାରୁ ଦାମୀ ମଦ ବୋତଲ । ଦାମ ୮କୋଟି

62

ଏକ ବୋତଲକୁ ଚୋରିକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଆପଣ ଭାବୁଥିବେ ଏ କେଉଁ ପ୍ରକାରର ବୋତଲ ? ତେବେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ ! ଦୁନିଆର ସବୁଠାରୁ ମହଙ୍ଗା ଭୋଡକା ବୋତଲ ଚୋରି ହୋଇଯାଇଛି । ଡେନମାର୍କର କ୍ୟାଫେ ୩୩ରେ ଏହି ଦାମୀ ବୋତଲକୁ ରଖାଯାଇଥିଲା । ଏହି କ୍ୟାଫେର ବିଶେଷତ୍ୱ ହେଉଛି ବିଶ୍ୱରେ ସବୁଠାରୁ ମହଙ୍ଗା ମଦ୍ୟ ପାନୀୟର ଏଠାରେ ରଖାଯାଇଥାଏ ।

ଚୋରି ହୋଇଯାଇଥିବା ଏହି ବୋଲତର ମୁଲ୍ୟ ୧.୩ ମିଲିୟନ ଅର୍ଥାତ ୮.୨୫ କୋଟି ବୋଲି କୁହାଯାଉଛି । ଏହି ବୋତଲକୁ ରୁଷୀୟ କମ୍ପାନୀ ‘ଡ୍ୱାର୍ଜ ମୋଟୋର୍ଜ’ ନିର୍ମାଣ କରିଥିଲା । ଚୋରି ହୋଇଯାଇଥିବା ଭୋଡକା ବୋତଲର ନାଁ ‘ରୁଷୋ ବାଲଟିକ୍ୟୁ ଭୋଡକା’ । ଏହି ବୋତଲରେ ଥିବା ଭୋଡକା ମହଙ୍ଗା ହେବା ସହିତ ବୋତଲକୁ ସୁନା,ରୂପା ସହ କେତେକ ମୂଲ୍ୟବାନ ଧାତୁରେ ତିଆରି କରାଯାଇଥିଲା । ଏହି ଭୋଡକା ବୋତଲରେ ଲାଗିଛି ଆହୁରି ଅନେକ ମୂଲ୍ୟବାନ ପଦାର୍ଥ ।

କ୍ୟାଫେର ମାଲିକ ବ୍ରିୟାନ ଏନବର୍ଜ ଫେସବୁକରେ ଏହି ବୋତଲଟି ଚୋରି ହେବାର ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ ରାତିରେ କେହି ଜଣେ ଚାବି ଚୋରିକରି ଏହି କାମ କରିଛି ।

ସୌଜନ୍ୟ:ଆଜତକ