ଆଜି ବିଶ୍ୱ ହସ ଦିବସ ! ଆସନ୍ତୁ ହସିବା ଓ ସମସ୍ତଙ୍କୁ ହସାଇବା . . .ହା ହା ହି ହି  

166

ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଏମିତି ଲାଗୁଛି ହସିବା ପାଇଁ କାହା ପାଖରେ ସମୟ ନାହିଁ । ଏମିତିରେ ଦୁଃଖ କରିବାର କିଛି ନାହିଁ ଆଜି ହେଉଛି ବିଶ୍ୱ ହସ ଦିବସ । ଆସନ୍ତୁ ମନଖୋଲି ହସିବା ଓ ସମସ୍ତଙ୍କୁ ହସାଇବା, କାରଣ ଆଜି ହସିବାର ଦିନ । ପୁରା ଦୁନିଆ ଆଜି ୱାର୍ଲ୍ଡ ଲାଫଟର ବା ବିଶ୍ୱ ହସ ଦିବସ ପାଳନ କରୁଛି ।

ବିଶ୍ୱ ହସ ଦିବସର ଆରମ୍ଭ ଲାଫଟର ୟୋଗା ମୁଭମେଣ୍ଟର ପ୍ରତିଷ୍ଠାତା ମଦନ କଟାରିଆରଙ୍କ ନେତୃତ୍ୱରେ ୧୯୯୮ରେ ହୋଇଥିଲା । ସେହି ଦିନ ଠାରୁ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହସ ଦିବସ ରୂପେ ପାଳନ କରାଯାଏ । ଏମିତରେ ଆସନ୍ତୁ ଆଜି ଏହି ଖାସ ଦିନଟିକୁ କିଛି ମଜାଳିଆ ଢଙ୍ଗରେ ପାଳନ କରିବା ।