ଷ୍ଟାଚ୍ୟୁ ଅଫ୍ ୟୁନିଟି : ସର୍ଦ୍ଦାର ପଟେଲଙ୍କ କାନ ଏବଂ ଗୋଡଆଙ୍ଗୁଳି ମଧ୍ୟ ସାଧାରଣ ଲୋକଙ୍କ ଉଚ୍ଚତାଠାରୁ ବଡ ।

215

ଗୁଜୁରାଟ ରାଜପିପଲା ନିକଟ ସାଧୁ ବେତ୍ ଦ୍ୱୀପ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିକୃତି । ୧୮୨ ମିଟର ଉଚ୍ଚ ବିଶିଷ୍ଟ ଏହି ପ୍ରତିମା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମର୍ପିତ କରାଯାଇଛି । ଏହି ପ୍ରତିମାର ନାମକରଣ ‘ ଷ୍ଟାଚ୍ୟୁ ଅଫ୍ ୟୁନିଟି ’ ରଖାଯାଇଛି । ପଟେଲଙ୍କ ଏହି ପ୍ରତିମାଠାରୁ ସର୍ଦ୍ଦାର ସରୋବର ଡ୍ୟାମ୍ ,ଜଳାଶୟ,ସତପୁଡା ଏବଂ ବିନ୍ଧ୍ୟ ପର୍ବତ ଶୃଙ୍ଖଳାର ମନୋରମ ଦୃଶ୍ୟ ଦେଖାଯାଏ । ଏହି ପ୍ରତିମାକୁ ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ଆୟୋଜିତ ସମାରୋହରେ ବାୟୁସେନାର ବିମାନ ଫ୍ଲାଇପାସ୍ଟ କରିବେ ଏବଂ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ କଳାର ପ୍ରଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶାଳ ମୂର୍ତ୍ତିର ଉଦଘା ଟନ କରିବେ । ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ଅବସରରେ ହିଁ ଘୋଷଣା କରିଥିଲେ ଯେ, ନର୍ମଦା ପାଖରେ ସର୍ଦ୍ଦାର ପଟେଲଙ୍କ ଭବ୍ୟ ମୂର୍ତ୍ତି ପ୍ରସ୍ତୁତ କରାଯିବ ଏବଂ ଏହା ସାମ୍ନାରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ମଧ୍ୟ ଫିକା ପଡିବ ।

ଆଠବର୍ଷ ପୂର୍ବେ ଏହି ପ୍ରୋଜେକ୍ଟ ଉପରେ କାମ କରିବାକୁ ଘୋଷଣା କରାଯାଇଥିଲା । ମୂର୍ତ୍ତି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭାରତର କୋଣ ଅନୁକୋଣରୁ ଲୁହା ମଗାଇଥିଲେ ଯାହା ଲୌହମାନବଙ୍କ ସ୍ୱପ୍ନକୁ ସାକାର କରିପାରିବ । ୪୦୭୬ ଜଣ ଶ୍ରମିକ ଦୁଇଟି ସିଫ୍ଟରେ ଅକ୍ଲାନ୍ତ ପରିଶ୍ରମ କରି ଏହି ପ୍ରତିମାକୁ ପ୍ରସ୍ତୁତ କରିଛନ୍ତି । ଏଥିରେ ୮୦୦ ସ୍ଥାନୀୟ ଏବଂ ୨୦୦ ଚୀନରୁ ଆସିଥିବା ସୈନ୍ୟ ଅଛନ୍ତି । ଏହି ବିଶାଳ ପ୍ରତିମା ଉଚ୍ଚତା ଏଥିପାଇଁ ୧୮୨ ମିଟର ରହିଛି କାରଣ ଗୁଚୁରାଟ ବିଧାନସଭାରେ ସିଟ୍ ସଂଖ୍ୟା ୧୮୨ ଏବଂ ଏହି ପ୍ରତିମାରେ ତାହା ଦେଖାଇବାକୁ ଚେଷ୍ଟା କରାଯାଇଛି । ଏହି ପ୍ରତିମାରେ ସର୍ଦ୍ଦାର ପଟେଲଙ୍କ ବ୍ୟକ୍ତିତ୍ୱର ପରାକାଷ୍ଠାକୁ କାରିଗରମାନେ ନିଖୁଣ ଢଙ୍ଗରେ ବ୍ୟାଖ୍ୟା କରିଛନ୍ତି ।

ପ୍ରତିମା ଭିତରେ ୧୩୫ ମିଟର ଉଚ୍ଚତାରେ ଦର୍ଶକଙ୍କୁ ବନ୍ଧ ଏବଂ ପର୍ବତ ଶୃଙ୍ଖଳାର ଆନନ୍ଦ ନେବା ପାଇଁ ଗୋଟିଏ ଦୀର୍ଘା ପ୍ରସ୍ତୁତ କରାଯାଇଛି । ବିଶ୍ୱ ପ୍ରସିଦ୍ଧ ଆମେରିକାର ‘ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ’ ମଧ୍ୟ ଏହି ପ୍ରତିମାଠାରୁ ଖୁବ୍ ଛୋଟ ଯାହାର ଉଚ୍ଚତା କେବଳ ୯୩ ମିଟର ଅଟେ । ପ୍ରତିମାରେ ସର୍ଦ୍ଦାର ପଟେଲଙ୍କ କାନର ଲମ୍ବା ମଧ୍ୟ ସାମାନ୍ୟ ବ୍ୟକ୍ତିର ଉଚ୍ଚତା ଠାରୁ ଖୁବ୍ ବଡ ଏବଂ ପାଦର ଆଙ୍ଗୁଠିର ଉଚ୍ଚତା ମଧ୍ୟ ଖୁବ୍ ବଡ । ପ୍ରତିମା ସାମ୍ନାରେ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯାଇଛି ଯେଉଁଠାରୁ ପଟେଲଙ୍କ ଗୋଡ ପର୍ଯ୍ୟନ୍ତ ସିଢି ଦେଇ ସୋଧାରଣ ଲୋକେ ଭିତରୁ ବାହାରକୁ ଆସିପାରିବେ । ଯେଉଁଠାରେ ଦୁଇଟି ଉତ୍ତୋଳକ ରହିଛି ଯେଉଁଥିରେ ଏକସଙ୍ଗେ ୨୦୦ ଲୋକ ପଟେଲଙ୍କ ଛାତି ଯେଉଁଠି ଗ୍ୟାଲେରୀ ଅଛି ସେଠାରେ ଯାଇ ପହଞ୍ôଚପାରିବେ ।