ଗୁଜୁରାଟରେ ପ୍ରସ୍ତୁତ ହେବାକୁ ଯାଉଛି ଦୁନିଆର ସର୍ବବୃହତ କ୍ରିକେଟ ଷ୍ଟାଡିୟମ । ୬୩ ଏକର ଜମିରେ ପ୍ରସ୍ତୁତ ହେଉଛି ଷ୍ଟାଡିୟମ୍ । 

535

ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂମ୍ପୁର୍ଣ୍ଣ ହେବାକୁ ଆସିଲାଣି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଷ୍ଟାଡିୟମ ପରିସରରେ ୧ ଲକ୍ଷ ୧୦ ହଜାର ଲୋକଙ୍କର ବସିବାର କ୍ଷମତା ରହିଛି ।

ସୂଚନା ଅନୁଯାୟୀ, ଯଦି ଷ୍ଟାଡିୟମ୍ କାମ ସମ୍ପୁର୍ଣ୍ଣ ଭାବେ ପୂରଣ ହେଲା ତେବେ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଏସିଆ ଇଲେଭେନ ଓ ୱାର୍ଲଡ୍ ଇଲେଭେନ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଝିଅ ଓ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ  । ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଭବ୍ୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବାର ଆଶା କରାଯାଉଛି ।