ସାମର୍ଥ୍ୟ ଅଛି, ଯୋଗ୍ୟ ବିବେଚିତ ହୋଇଛନ୍ତି ! ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅର୍ଥ ସାଜିଛି ବାଧକ

41

କନକ ବ୍ୟୁରୋ : ସାମର୍ଥ୍ୟ ଅଛି, ଯୋଗ୍ୟ ବିବେଚିତ ବି ହୋଇଛନ୍ତି । ହେଲେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅର୍ଥ ସାଜିଛି ବାଧକ । ଇଏ କାହଣୀ ହେଉଛି-ଭୁବନେଶ୍ୱରର ଦୁଇ ଖେଳାଳି ସତ୍ୟପ୍ରିୟ ପାତ୍ର ଏବଂ ଜିତେନ୍ଦ୍ର କୁମାର ରାଉତ । ଏହି ଦୁଇ ଖେଳାଳି ଆସନ୍ତା ନଭେମ୍ବରରେ ହଙ୍ଗେରୀର ବୁଦ୍ଦାପେଷ୍ଟରେ ହେବାକୁ ବିଶ୍ୱ କିକ୍ ବକ୍ସିଂ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ହେଲେ ଚାମ୍ପିୟନସିପରେ ସାମିଲ ହେବା ପାଇଁ ଏବେ ସୃଷ୍ଟି ହୋଇଛି ଆଶଙ୍କା । କାହିଁକି ନା ଖେଳାଳିଙ୍କ ପାଇଁ ଅର୍ଥ ହୋଇଛି ବାଧକ ।

ନିୟମିତ ଅଭ୍ୟାସ ଏବଂ କିଛି କରି ଦେଖାଇବାର ଇଚ୍ଛା । ଏହି ଦୁଇ ଖେଳାଳିଙ୍କୁ ଆଜି ବିଶ୍ୱ ସ୍ତରର ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ସମକ୍ଷ କରିଛି । ଯାହା ଫଳରେ କିକ୍ ବକ୍ସର ସତ୍ୟପ୍ରୀୟ ପାତ୍ର ଏବଂ ଜିତେନ୍ଦ୍ର କୁମାର, ଆଜି ବିଶ୍ୱ ବିଶ୍ୱ କିକ୍ ବକ୍ସିଂ ଚାମ୍ପିୟନସିପ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ହେଲେ ହଙ୍ଗେରୀ ଯାଇ ପ୍ରତିଯୋଗିତାରେ ସାମିଲ ହେବା ନେଇ ଏବେ ସନ୍ଦେହ ଦେଖାଦେଇଛି ।

ଅନେକ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ ହେବା ସହ ବେଶ ସଫଳତା ପାଇଛନ୍ତି ଜିତେନ୍ଦ୍ର ଏବଂ ସତ୍ୟପ୍ରୀୟ । ଆଉ ଏବେ ହଙ୍ଗେରୀରେ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଏମାନଙ୍କୁ ଆବଶ୍ୟକ ହେଉଛି, ଦେଢ଼ ଲକ୍ଷ ଟଙ୍କା । ଜିତେନ୍ଦ୍ର ଜଣେ ଛାତ୍ର ଥିବା ବେଳେ ପରିବାରର ଆର୍ଥିକ ଅବସ୍ଥ ସ୍ୱଚ୍ଛଳ ନୁହେଁ ।

ସେହିପରି ସତ୍ୟପ୍ରୀୟ ଜଣେ ମେଡିସିନ ରିପ୍ରିଜେଟିଭ ଭାବେ ନିଜ ଗୁରୁରାଣ ମେଂଟାଉଛନ୍ତି । ଆଉ ଯେତେବେଳେ ଏହି ଖବର ଆମେ କ୍ରୀଡ଼ାମନ୍ତ୍ରୀଙ୍କ ପାଖରେ ପହଂଚାଇଥିଲୁ, ସେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି । ହାତରେ ମାତ୍ର ଆଉ ୪୦ ଦିନ । ଦେଖିବାର କଥା ସରକାରୀ ସହାୟତାରେ ଏହି ଦୁଇ ଖେଳାଳି ହଙ୍ଗେରୀ ଯାଉଛନ୍ତି ନା ବିଶ୍ୱସ୍ତରୀୟ ଏକ ପ୍ରତିଯୋଗିତାରେ ସାମିଲ ହେବାରୁ ବଂଚିତ ରହୁଛନ୍ତି ।