ମାଡି ଆସୁଛି ବିପଦ, ଫାଟିଲାଣି ପୃଥିବୀ ! ୬ମହଲା ବିଲ୍ଡିଂ ଗଭୀରତାର ସୃଷ୍ଟି ହେଲା ଫାଟ ।

68

ନ୍ୟୁଜଲାଣ୍ଡର ଏକ ଫାର୍ମରେ ପୃଥିବୀ ଫାଟି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ଦୁଇଟି ଫୁଟବଲ ପଡିଆର ଲମ୍ବ ଏବଂ ଏକ ୬ ମହଲା ବିଲ୍ଡିଂର ଗଭୀରତାର ଫାଟ ସୃଷ୍ଟି ହୋଇଛି । ଆଉ ଏହାକୁ ଏପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ ଫାଟ ବୋଲି କୁହାଯାଉଛି । ତେବେ କ୍ରମାଗତ ଭାବେ ବର୍ଷା ଲାଗି ରହିବାରୁ ଏହି ଫାଟ ସାମ୍ନାକୁ ଆସିଛି ।

ଫାର୍ମର ମାଲିକ କାଲିନ ଟ୍ରିମେନ କହିଛନ୍ତି ଯେ, ଯେତେବେଳେ ସେ ୨୦୦ ମିଟର ଲମ୍ବା ଏବଂ ୨୦ ମିଟର ଗଭୀରତା ଏହି ଫାଟକୁ ଦେଖିଥିଲେ ସେତେବେଳେ ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ତେବେ ସାଧାରଣତଃ ଏଭଳି ଫାଟ ନ୍ୟୁଜଲାଣ୍ଡରେ କେବେ ଦେଖାଯାଇନଥାଏ । ପୂର୍ବରୁ ନ୍ୟୁଜଲାଣ୍ଡରେ ଦେଖାଯାଇଥିବା ଫାଟଗୁଡିକ ଏହି ବିଶାଳ ଫାଟର ଏକ ତୃତୀୟାଂଶ ହେବ ବୋଲି ଜଣାପଡିଛି ।

 

ନ୍ୟୁଜଲାଣ୍ଡରେ ୧୦୦ ବର୍ଷର ବର୍ଷା କାରଣରୁ ଏହି ଫାଟ ସୃଷ୍ଟି ହୋଇଛି ବୋଲି ଜଣାପଡିଛି । ତେବେ ଗତ ସପ୍ତାହରେ ହୋଇଥିବା ଭୀଷଣ ବର୍ଷା କାରଣରୁ ଏହି ଫାଟ ସାମ୍ନାକୁ ଆସିଛି । ମାଟି ଭିତରେ ଚୂନା ପଥର ପାଣିରେ ମିଶୁଥିବା କାରଣରୁ ମାଟି ଧସିଯାଇଛି । ବର୍ଷ ବର୍ଷ ଧରି ମାଟି ଭିତରେ ଧିରେ ଧିରେ ଫାଟ ସୃଷ୍ଟି ହୋଇ ହଠାତ ଏଭଳି ଏକ ବିଶାଳ ଫାଟ ସୃଷ୍ଟି ହୋଇଛି । ଫାର୍ମର ମାଲିକ କାଲିନ କହିଛନ୍ତି ଯେ, ସେ ଏବେ ପଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରୁଛନ୍ତି । ଯେପରିକି କେହି ପଶୁ ସେହି ଫାଟ ଭିତରେ ନପଡିବେ ।