ୱାର୍ଲଡ ହାର୍ଟ ଡେ ଅବସରରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଅୟୋଜିତ ମିନି ମାରାଥନକୁ ଉଦଘାଟନ କଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

27

କନକ ବ୍ୟୁରୋ : ୱାର୍ଲଡ ହାର୍ଟ ଡେ ଅବସରରେ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ମାରାଥନ । ବିଶ୍ୱ ହୃଦୟ ଦିବସକୁ ସ୍ମରଣ କରିବା ପାଇଁ କଳିଙ୍ଗ ହସ୍ପିଟାଲ ତରଫରୁ ଏହି ମାରାଥନ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହି ମାରାଥନ ଜୟଦେବ ବିହାର ଛକରୁ ବାହାରି କଳିଙ୍ଗ ହସପିଟାଲ ଛକ ଯାଏଁ ଯାଇଥିଲା । ଏହି ମାରାଥନକୁ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ନାଲି ପତାକା ଦେଖାଇ ଉଦଘାଟନ କରିଥିଲେ ।

ଏହି ମାରାଥନ ଉତ୍ସବରେ ଯୋଗ ଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲର ଅବଦାନକୁ ସେ ବେଶ ପ୍ରଂଶସା କରିଥିଲେ । ପୂର୍ବରୁ ବେସରକାରୀ ହସ୍ପିଟାଲ ଭାବେ ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ କଳିଙ୍ଗ ହସ୍ପିଟାଲ ଥିଲା ବୋଲି ସେ କହିଛନ୍ତି । ଏହାସହ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବାରେ କଳିଙ୍ଗ ହସ୍ପିଟାଲର ନାଁ ଥିଲା ଏବଂ ଏବେ ମଧ୍ୟ ଲୋକମାନେ କଳିଙ୍ଗ ହସ୍ପିଟାଲ ଉପରେ ଭରସା ରଖିଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।