ୱାଲ୍ଡ ଗାଲାକ୍ସି ଲିଟିଲ୍ ମିସ ହେଲେ ଅର୍ପିତା ବେହେରା ! ୩୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଲେ ସମ୍ବଲପୁରର ସୁନ୍ଦରୀ

99

କନକ ବ୍ୟୁରୋ : ୩୭ ଟି ଦେଶର ପ୍ରତିଯୋଗୀଙ୍କୁ ପଛର ପକା ଗାଲାକ୍ସି ଲିଟଲ୍ ମିସ୍ ସୁନ୍ଦରୀ ମକୁଟ ପିନ୍ଧିଛନ୍ତି ସମ୍ବଲପୁରର ଅର୍ପିତା । ବୁଲଗେରିଆରେ ଆୟୋଜିତ ପ୍ରତିଯୋଗିତାରେ ଗତକାଲି ଫାଇନାଲ ରାଉଣ୍ଡରେ ଅର୍ପିତା ବିଜୟ ହାସଲ କରିଛନ୍ତି । ଆଗରୁ ମିସ୍ ଲିଟିଲ୍ ବେଙ୍ଗାଲୁରୁ ଟାଇଟେଲ ଜିତି ସାରିଥିବା ଅର୍ପିତା ଏବେ ଗାଲାକ୍ସି ଲିଟଲ୍ ମିସ୍ ସୁନ୍ଦରୀ ହୋଇ ସମ୍ବଲପୁର ପାଇଁ ଗର୍ବ ଆଣିଦେଇଛନ୍ତି ।

ସମ୍ବଲପୁର ସାକ୍ଷୀପଡାର ଅର୍ପିତା ବେହେରା । ୩୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ହୋଇଛନ୍ତି ଲିଟିଲ ମିସ ବାଙ୍ଗଲୋର । ମାର୍ଚ୍ଚ ୧୦ ରୁ ୧୬ ଯାଏଁ ଋଷ ର ବୁଲଗେରିଆରେ ଆୟୋଜିତ ହେଉଥିବା ବିଶ୍ୱ ଲିଟିଲ ମାଷ୍ଟର ଗାଲାକ୍ସି ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବିଜୟ ଲାଭ କରିଛନ୍ତି ଅର୍ପିତା । ୭ ଟି ରାଉଣ୍ଡରେ ପ୍ରତିନ୍ଦ୍ୱନ୍ଦୀ ମାନଙ୍କୁ କଡା ଟକ୍କର ଦେବା ସହିତ ଶେଷ ରାଉଣ୍ଡରେ ସାଉଥ୍ ଆଫ୍ରିକା ଓ କେନିଆର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ବିଜୟ ମୁକୁଟ ପିନ୍ଧଛନ୍ତି ।

ରାଜେଶ କୁମାର ବେହେରା ଓ ସ୍ତ୍ରୀ ବୀଣା ବେହେରାଙ୍କ ଛୋଟ ଝିଅ ହେଉଛନ୍ତି ଅର୍ପିତା ବେହେରା । ଅର୍ପିତା ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ପଢୁଥିବା ବେଲେ ତାଙ୍କର ବାପା ଜଣେ ବ୍ୟବସାୟୀ ମା ଶିକ୍ଷୟିତ୍ରୀ । ଅର୍ପିତା ଆଗରୁ ଲିଟିଲ ମିସ୍ ବାଙ୍ଗାଲୁରୁ ସୁନ୍ଦରୀ ପ୍ରତିଯୋଗୀତାରେ ସଫଳତା ହାସଲ କରିଥଲେ । ଭାରତରେ ଅନୁଷ୍ଠିତ ଲିଟିଲ ମିସ୍ ମାଷ୍ଟର ଗାଲାକ୍ସି ଭାରତ ରୁ ମନୋନୀତ ହୋଇ ୧୨ ରୁ ୧୪ ବର୍ଷ ବାଳିକା ବର୍ଗରେ ଅର୍ପିତା ଭାରତର ପ୍ରତିନିଧିତ୍ୱ କରିଥିଲେ । ଅର୍ପିତାଙ୍କର ବିଜୟ ପରେ ସମ୍ବଲପୁର ସହରରେ ଆନନ୍ଦର ଲହରି ଖେଲିଯାଇଛି । ଭାରତ ପାଇଁ ଗର୍ବ ଆଣିଦେଇଛନ୍ତି ଏହି ଲିଟିଲ ମାଷ୍ଟର ଗାଲାକ୍ସି ସୁନ୍ଦରୀ ।