ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ: ୩ ଦିନ ଧରି ଚାଲିବାକୁ ଥିବା ମେଳାରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ମେଳାରେ ମହିମା ସାଧୁଙ୍କ ସମାଗମ

242

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ଆରମ୍ଭ ହୋଇଛି ଯୋରନ୍ଦା ମେଳା । ଏହି ମେଳା ୩ ଦିନ ଧରି ଚାଲିବ । ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁଙ୍କ ଏହି ମେଳାରେ ସମାଗମ ହୋଇଛି ।ଅଲେଖ ନିରଞ୍ଜନ, ଅଲେଖ ମହିମା ନାରାରେ ଗୁଂଜରିତ ହେଉଛି ସାରା ଯୋରନ୍ଦା । ଚଳିତବର୍ଷ ଏହି ମେଳାରେ ଆନ୍ଧ୍ର, ଛତିଶଗଡ଼, ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ନେପାଳ ଭୁଟାନ ଏବଂ ତିବ୍ଦତ ଆଦିରୁ ମହିମା ସାଧୁ ଯୋଗ ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ବକ୍କଳଧାରୀ ମହିମା ସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ମନ୍ଦିରରେ ସି˚ଚନ କରିଥିଲେ। ମନ୍ଦରଧର ବାବା, ପବିତ୍ରମୋହନ ବାବା, ଶୁକଦେବ ବାବା, ଭୀମସେନ ବାବା ପ୍ରମୁଖ ୩୦ ମୂର୍ତି ବକ୍କଳଧାରୀ ପର ସନ୍ନ୍ୟାସୀ ୭ ମୁଠା ସୁନା ଚାମର ଓ ୨୩ ମୁଠା ରୁପା ଚାମରରେ ଗାଦିମନ୍ଦିର ଚତୁଃପାର୍ଶ୍ବରେ ୨୧ ଥର ଚାମର ସେବା କରିଥିଲେ। ପ୍ରାତ ୩ଟା ୪୫ ମିନିଟରେ ମହିମାଗାଦିରେ ଉପସ୍ଥିତ ସାଧୁସନ୍ଥମାନେ ବେଢା ପରିକ୍ରମା କରିଥିଲେ। ୪ଟା ୩୦ ମିନିଟରେ ପ୍ରଭୁ ମହିମାସ୍ବାମୀଙ୍କ ଉଦ୍ଦେଶ୍ୟରେ ଖିର ଲାଗି କରାଯାଇଥିଲା। ସାଧୁସନ୍ଥ ଓ ଭକ୍ତଙ୍କ ଗହଣରେ ମହିମାସମାଜ ଦ୍ବାରା ସ୍ଥିରୀକୃତ ୨୧ ଜଣ ସାଧୁଙ୍କୁ ବକ୍କଳବାନା ପ୍ରଦାନ କରାଯାଇଥିଲା। ସେହିପରି ୨୮ଜଣ ତ୍ୟାଗୀଙ୍କୁ ଡୋରକୌପୀନ ପ୍ରଦାନ କରାଯାଇଥିଲା। ସକାଳ ୯ଟାରେ ନୀତିମନ୍ଦିରରୁ ସୁନା ଛତ୍ରୀ, ରୁପାଛତ୍ରୀ, ଆଢେଣୀ, ତରାସ, ଟମକା ଆଦି ଆଣି ଗାଦିମନ୍ଦିର ପୂର୍ବ ପାର୍ଶ୍ବରେ ଭକ୍ତମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା।

ପ୍ରାତଃ ନୀତି ଓ ସମାନ ପ୍ରକାର ରୀତିନୀତି ଅନୁସାରେ ମଧ୍ୟାହ୍ନ ନୀତି ଓ ସାୟ˚ ନୀତି ସ˚ପନ୍ନ କରାଯିବା ପରେ ସନ୍ଧ୍ୟା ୫ଟା ୨୧ମିନିଟ୍ରେ ପଶ୍ଚିମ ପାର୍ଶ୍ବ ବୃହତ ପିତଳ ଝାଡ଼ରେ ବରିଷ୍ଠ ବକ୍କଳଧାରୀ ମନ୍ଦରଧର ବାବା ଝାଡ଼ବତିରେ ଅଗ୍ନି ସ˚ଯୋଗ କରିଥିଲେ। ପରେ ଅନ୍ୟ ଦ୍ବାରରେ ବରିଷ୍ଠ ବକ୍କଳଧାରୀ ସାଧୁ ଝାଡ଼ରେ ଅଗ୍ନି ସ˚ଯୋଗ କରିଥିଲେ। ଗତକାଲି ରାତିତମାମ ଝାଡ଼ ଦୀପ ପ୍ରଜ୍ଜ୍ବଳିତ ହୋଇଛି।