ଦିନରେ ଦୁଇଥର ଅଦୃଶ୍ୟ ହୋଇଯାଏ ସଡକ ! ଅଦ୍ଭୁତ ରାସ୍ତାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ  ଭିଡ 

40

ଦୁନିଆରେ ଏପରି  ରାସ୍ତା ଅଛି ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସଡକ ଦିନରେ ମାତ୍ର ଦୁଇ ଥର ଦେଖାଯାଇଥାଏ । ଆପଣ ଭାବୁଥିବେ ତେବେ ଦିନର ଅନ୍ୟ ସମୟରେ କୁଆଡେ ଯାଏ ଏହି ରାସ୍ତା ? ତାର ରହସ୍ୟ ଜାଣିଲେ  ଆପଣ ବି ତାଜୁବ ହୋଇଯିବେ ! ସମୁଦ୍ରର କୋଳରେ ଅନ୍ୟ ସମୟ ଲୁଚିଯାଏ ଏହି ରାସ୍ତା ।

ସମୁଦ୍ରରେ ନିର୍ମିତ ଏହି ରାସ୍ତାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାରେ ଭିଡ ଲଗାଇଥାନ୍ତି । ପର୍ଯ୍ୟଟକଙ୍କମାନେ ଏହି ରାସ୍ତାରେ ଯିବା  କୌଣସି ରୋମାଂଚ ଠାରୁ ବି କମ ନୁହେଁ । ଆପଣ ବର୍ତମାନ ଭାବୁଥିବେ ତେବେ ଏହି ବିରଳ ରାସ୍ତା କେଉଁଠାରେ ରହିଛି ।

ଫ୍ରାନ୍ସରେ ନିର୍ମିତ ଏହି ରାସ୍ତା ମ୍ୟାନଫିଲ୍ଡରୁ ନର୍ମାଡିକୁ  ଯୋଡୁଛି ।  ଏହାକୁ ‘ପ୍ୟାସେଜ ଡୁ ଗୋଇସ’  ବୋଲି କୁହାଯାଏ । ଦିନରେ ଦୁଇଥର ନଜରକୁ ଆସିବା ପରେ ତାଉପରେ ୧୩ ଫୁଟର ପାଣି  ଲହଡି ଭାଙ୍ଗେ । ଖୁବ  ସୁନ୍ଦର ଦେଖାଯାଉଥିବା ଏହି ରାସ୍ତା ପ୍ରକୃତରେ ବହୁତ ବିପଦପୂର୍ଣ୍ଣ । ପ୍ରକୃତି  ତଥା ରୋମାଂଚକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହି ରାସ୍ତା ବଡ ଆକର୍ଷଣ । ପର୍ଯ୍ୟଟକ ମାନେ ଏହି ରାସ୍ତାରେ ଗାଡି ଚଲାଇ ଖୁବ ମଜା ଉଠାଇଥାନ୍ତି ।

୧୭୦୧ ମସିହାରେ ଏହି ରାସ୍ତା  ବିଷୟରେ ଜଣାପଡିଥିଲା । ଲହଡି  ଆସିଲେ ଏହା ଉଫରେ ୧.୩ ଫୁଟର ପାଣି ଜମିଯାଏ । ଏହା ଲୋକଲୋଚନକୁ ଆସିବା ପରେ  ଏକ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା ।ଏହି  ୪.୫ କିଲୋମିଟର ରାସ୍ତାରେ କାର ପ୍ରତିଯୋଗିତା କରାଯାଇଥାଏ । ଅନେକ ପର୍ଯ୍ୟଟକ  ଏଠାକୁ  ଆସି ସଡକ ବୁଡୁଥିବାର ଦୃଶ୍ୟକୁ ଉପଭୋଗ କରିଥାନ୍ତି ।