ଆଜି ବିଶ୍ୱ ପରିବେଶ ଦିବସ

197

କନକ ବ୍ୟୁରୋ : ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ୧୯୭୩ ମସିହାରୁ ପ୍ରତିବର୍ଷ ଜୁନ୍ ୫ କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ବେଆଇନ ବନ୍ୟାପ୍ରାଣୀକୁ ହତ୍ୟା ରୋକିବା । ଆଗାମୀ ପିଢି ପାଇଁ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଛି ।

ସେପଟେ ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ପରିବେଶ ଦିବସ ଉତ୍ସବ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗ ଦେଇ ୨୦୫ ଜଣଙ୍କୁ ପ୍ରକୃତ ବନ୍ଧୁ , ୨୧୭ ଅନୁଷ୍ଠାନକୁ ପ୍ରକୃତ ମିତ୍ର ସମ୍ମାନ ପ୍ରଦାନ କରିଛନ୍ତି । ଏହା ସହ ୩ଟି ସ୍କୁଲକୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଭଲ କାମ ପାଇଁ ମଧ୍ୟ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।