ଆଜି ବିଶ୍ୱ ହସ୍ତୀ ଦିବସ : ବିଶ୍ୱ ହସ୍ତୀ ଦିବସରେ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

61

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାତୀ ପାଇଁ ଦିନ ଟିଏ । ସାରା ଦେଶରେ ପାଳନ କରାଯାଉଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ନନ୍ଦନକାନନରେ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସେଥିରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯାଇଛି ।

ନନ୍ଦନକାନନରେ ଥିବା ହାତୀ ଜୁଲି, କମଳା, ଗୌରୀ, ଚନ୍ଦନ, ହୀରା, ବାସନ୍ତି ପ୍ରେମାକୁ ସୁନ୍ଦର ଚାନ୍ଦୁଆରେ ସଜେଇ ସଭାସ୍ଥଳକୁ ଆଣିଥିଲେ ମାହୁନ୍ତ । ତାପରେ ହାତୀମାନଙ୍କୁ ଉତ୍ସବରେ ଉପସ୍ଥିତ ଅତିଥିମାନେ ନଡିଆ, କଦଳୀ, ସେଓ, ଆଖୁ ଖାଇବାକୁ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ସାମିଲ ହୋଇଥିଲେ ।

ସୁସଜ୍ଜିତ ହାତୀଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲା । ନନ୍ଦନକାନନରୁ ଗୋଡିବାରି ଯାଏ ବାହାରିଥିଲା ସାଇକେଲ ଶୋଭାଯାତ୍ରା । ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ ପିସିସିଏଫ୍ ସିଦ୍ଧାନ୍ତ ଦାସ।