ଫିଫା ବିଶ୍ୱକପ୍ ଟକ୍କର : ଆତ୍ମଘାତୀ ଗୋଲରୁ ମରକ୍କୋଠୁ ଜିତିଲା ଇରାନ

29

କନକ ବ୍ୟୁରୋ : ଫିଫା ବିଶ୍ୱକପ୍ର ଗ୍ରୁପ ବି’ର ସବୁଠାରୁ ଚର୍ଚିତ ମୁକାବିଲା ବିନା ଫଇସଲାରେ ଶେଷ ହୋଇଛି । ଗତକାଲି ଅନୁଷ୍ଠିତ ପର୍ତ୍ତୁଗାଲ ଓ ସ୍ପେନ ମଧ୍ୟରେ ହୋଇଥିବା ମ୍ୟାଚ ଡ୍ର ହୋଇଛି । କଡା ମୁକାବିଲା ମଧ୍ୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିଛି । ତେବେ ନିଶ୍ଚିତ ପରାଜୟରୁ ପର୍ତୁଗାଲ ଦଳକୁ ବଂଚାଇଲେ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ହାଟ୍ରିକ ଗୋଲ ସ୍କୋର କରିଛନ୍ତି । ପୂର୍ବରୁ ସ୍ପେନ ପକ୍ଷରୁ ଡିଏଗୋ କୋଷ୍ଟା ୨ଟି, ନୈଚୋ ଗୋଟିଏ ଗୋଲ ଦେଇ ପର୍ତୁଗାଲ ଉପରେ ଚାପ ସୃଷ୍ଟି କରିଥିଲେ ।

ତେବେ ପ୍ରତିପକ୍ଷକୁ ୩ଟି ଗୋଲ ଦେଇ ମ୍ୟାଚକୁ ଡ୍ର କରିଦେଇଥିଲେ ରୋନାଲ୍ଡୋ । ବିଶ୍ୱକପ ଫୁଟ୍ବଲ ଇତିହାସରେ ହାଟ୍ରିକ ଗୋଲ ସ୍କୋର କରିବାରେ କ୍ରିଷ୍ଟିଆନୋ ରୋନାଲ୍ଡୋ ସବୁଠାରୁ ବୟସ୍କ ଖେଳାଳି ହେବାର ରେକର୍ଡ ସୃଷ୍ଟି କରିଛନ୍ତି । ସମ୍ଭବତଃ ନିଜ ଶେଷ ବିଶ୍ୱକପ୍ରେ ଟ୍ରଫି ହାତେଇବା ପାଇଁ ଟାର୍ଗେଟ ରଖିଛନ୍ତି ରୋନାଲ୍ଡୋ । ଗତକାଲିର ହାଟ୍ରିକ ଗୋଲ ସହ ସେ ୪ଟି ବିଶ୍ୱକପ୍ରେ ମୋଟ ୬ଟି ଗୋଲ ଦେଇଛନ୍ତି । ଫଳରେ ତାଙ୍କର ପ୍ରତିଦ୍ୱନ୍ଦ୍ୱି ଆର୍ଜେଂଟିନାର ଲିୟୋନେଲ ମେସୀଙ୍କ ୫ଟି ଗୋଲ ରେକର୍ଡକୁ ଭାଙ୍ଗିଛନ୍ତି ରୋନାଲ୍ଡୋ ।