ବିଶ୍ୱକପ କ୍ରିକେଟର ସୁପର ସନଡେର ସୁପର ମୁକାବିଲା : ଆଜି ଓଭାଲରେ ଅଷ୍ଟ୍ରେଲିଆକୁ ଟକ୍କର ଦେବ ଭାରତ, କଙ୍ଗାରୁ ଦଳକୁ ମାତ ଦେବା ପାଇଁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ରଣନୀତି

139

କନକ ବ୍ୟୁରୋ : ଆଜି ବିଶ୍ୱକପ ଟୁର୍ଣ୍ଣାମେଂଟରେ ଭାରତ ତାର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ଭେଟିବ । ଓଭାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଜିତିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ । କଙ୍ଗାରୁ ଦଳକୁ ମାତ ଦେବା ପାଇଁ କୋହଲି ବାହିନୀ ପ୍ରସ୍ତୁତ କରିଛି ରଣନୀତି । ବୋଲିଂରେ କିଏ ସମ୍ଭାଳିବ ଭାର ଏବଂ କେମିତି ହେବ ଜୋରଦାର ରନ ସଂଗ୍ରହ ସେଥିପାଇଁ ରଣକୌଶଳ ତିଆରି କରିଛି ଟିମ ଇଣ୍ଡିଆ । ଏପରିକି ସମ୍ଭାବ୍ୟ ୧୧ ଜଣିଆ ଦଳକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଓଭାଲ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ହିଟ ମ୍ୟାନ ରୋହିତ ଶର୍ମା କହିଛନ୍ତି କଣ ରହିବ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ରଣନୀତି । ବୋଲିଂରେ କାହା ଉପରେ ନିର୍ଭର କରିବ ଦଳ । କଣ ରହିବ ବ୍ୟାଟିଂର ରଣନୀତି ଏନେଇ ରୋହିତ ତାଙ୍କ ମତ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୨୨ରନର ଅପରାଜିତ ଇନିଂସ ଖେଳିଥିବା ରୋହିତ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷ ମାଚରେ ଫୋକସରେ ରହିବ ତାଙ୍କ ବ୍ୟାଟିଂ । ସେ ତାଙ୍କ ନାଚୁରାଲ ଗେମ ଖେଳିବେ । ପୂର୍ବରୁ ଯଦିଓ ଅଷ୍ଟ୍ରଲିଆ ଓ ଇଣ୍ଡିଆ ପରସ୍ପର ବିପକ୍ଷରେ ପ୍ରତିଯୋଗିତପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି କିନ୍ତୁ ମ୍ୟାଚ ଦିନର ଗୁରୁତ୍ୱ ରହିଛି । ମ୍ୟାଚ ଦିନ କିଏ କିପରି ଖେଳ ପ୍ରଦର୍ଶନ କରୁଛନ୍ତି ତାଉପରେ ନିର୍ଭର କରୁଛି ଜିତିବା କିମ୍ବା ହାରିବା ବୋଲି କହିଛନ୍ତି ରୋହିତ ଶର୍ମା ।

ସେପଟେ ଅଷ୍ଟ୍ରେଲିଆ ଦଳକୁ ଫେରୁଛନ୍ତି ଷ୍ଟିଭ ସ୍ମିଥ ଏବଂ ଡାଭିଡ ୱାର୍ଣ୍ଣର । ତେଣୁ ଏହି ମ୍ୟାଚରେ ମଧ୍ୟ ରୋଚକ ଲଢେଇ ଦେଖିବାକୁ ମିଳିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଭାଲର କଣ୍ଡିସନ କଣ ରହିବ । କାହିଁକି ନା ଏହାରି ଉପରେ ନିର୍ଭର କରିବ ଟିମ ଇଣ୍ଡିଆର ରଣନୀତି । ସେହି ଅନୁସାରେ ଦଳରେ ଖେଳାଳିମାନଙ୍କୁ ନିଆଯିବାକୁ ଯୋଜନା ହେଉଛି । ଆଉ ଖେଳ ନିର୍ଭର କରୁଛି ଓଭାଲ କଣ୍ଡିସନ କିପରି ସୁହାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦଳରେ ସାମିଲ ହୋଇନଥିଲେ ମହମ୍ମଦ ସମ୍ମି । ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଓଭାଲ କଣ୍ଡିସନ ଅନୁସାରେ କୁଲଦୀପଙ୍କ ସ୍ଥାନରେ ମହମ୍ମଦ ସମ୍ମି ଖେଳିବାର ସମ୍ଭାବନା ଅଛି ।