ସେନା ଏବଂ ପୋଲିସର ଉପସ୍ଥିତିରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍ ! କଡା ସୁରକ୍ଷା ଭିତରେ ହେବ କ୍ରିକେଟର ମହାମୁକାବିଲା ।

441

ମାନଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ପଡିଆରେ ରବିବାର ବିଶ୍ୱକପ୍ ୨୦୧୯ ର ସବୁଠାରୁ ବଡ କ୍ରିକେଟ୍ ମହାଯୁଦ୍ଧ ହେବାକୁ ଯାଉଛି । ଏହି ମ୍ୟାଚରେ ଚୀର ପ୍ରତିଦ୍ୱନ୍ଦୀ ଭାରତ ବନାମ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ସହ ବିଶ୍ୱକପ୍ ଆୟୋଜନ ସମିତି ଏବଂ ଆଇସିସି ମଧ୍ୟ ଏହି ମହାଯୁଦ୍ଧକୁ ବେଷ୍ଟ୍ କରିବା ପାଇଁ ଲାଗିପଡିଛି । ମ୍ୟାଚର ସୁରକ୍ଷା ପାଇଁ ମଧ୍ୟ ଖୁବ୍ ଭଲ ଆୟୋଜନା କରାଯାଇଛି । ଏକ ଇଂରାଜୀ ପତ୍ରିକା ମୁତାବକ, ଏହି ମ୍ୟାଚ୍ ପୂର୍ବରୁ ଏବଂ ମ୍ୟାଚ୍ ମଧ୍ୟରେ ସେନା ସୁରକ୍ଷା ଉପରେ ଧ୍ୟାନ ଦେଇପାରେ । ପୋଲିସକୁ ପେଟ୍ରୋଲିଂର କାମ ଦିଆଯାଇଛି । ଆଇସିସିର ମହାପ୍ରବନ୍ଧକ କ୍ଲେୟର୍ ଫର୍ଲୋଗ୍ କହିଛନ୍ତି ଏବେ ସେ ସୁରକ୍ଷାକୁ ନେଇ ବିସ୍ତାର କରି କିଛି କହିପାରିବେ ନାହିଁ । କିନ୍ତୁ ମ୍ୟାଚ୍ ସମୟରେ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଚେଷ୍ଟା ଜାରି ରଖୁଛନ୍ତି । ଏଥିପାଇଁ ସବୁ ଜରୁରୀ ପଦକ୍ଷେପ ନିଆଯାଉଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପ୍ ୨୦୧୯ ଇତିହାସର ସପ୍ତମ ମ୍ୟାଚ୍ ହେବ । ଏଥିରେ ଖେଳାଯାଇଥିବା ପ୍ରତିଟି ମ୍ୟାଚରେ ଭାରତ ବିଜୟୀ ହୋଇଛି । ତେବେ ପାକିସ୍ତାନ ୨୦୧୭ ମ୍ୟାଚରେ ଚ୍ୟାମ୍ପିୟନ୍ସ ଟ୍ରଫି ଫାଇନାଲ୍ ଭାରତକୁ ହରାଇ ଜିତିଥିଲା ।