ନାକରେ ଡ୍ରିପ୍ ଲଗାଇ କାମକୁ ସୁଚାରୁରୂପେ କରୁଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ! ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଟ୍ୱିଟରରେ ଦେଲେ କିଛି ଏଭଳି ବାର୍ତ୍ତା ।

77

ଗତକାଲି ବିଶ୍ୱ କର୍କଟ ଦିବସ ଥିଲା । କର୍କଟ ଏଭଳି ଏକ ରୋଗ ଯାହା ଦୁନିଆର କିଛି ଲୋକଙ୍କୁ ନିଜ କବଳରେ କରିଥାଏ । କିନ୍ତୁ ଏହି ରୋଗର ସଫଳ ଚିକିତ୍ସା ହେଲେ ରୋଗୀ ଠିକ୍ ମଧ୍ୟ ହୋଇଥାଏ । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବର୍ତ୍ତମାନ ଏହି ଘାତକ ରୋଗରେ ପୀଡିତ ଅଛନ୍ତି । ସେ କର୍କଟ ଦିବସ ଅବସରରେ ଟ୍ୱିଟ୍ କରି ନିଜ ମନକଥା ଲେଖିଥିଲେ । ମାନବ ମସ୍ତିଷ୍କ ପାଇଁ କୌଣସି ବି ରୋଗର ଚିକିତ୍ସା କରିବା ସମ୍ଭବ । ପାରିକରଙ୍କ ଏହି ରୋଗର ଏବେ ଚିକିତ୍ସା ଚାଲିଛି । କିନ୍ତୁ ଚିକିତ୍ସା ସମୟରେ ମଧ୍ୟ ସେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପୁର୍ଣ୍ଣ କାମକୁ ସୁଚାରୁରୂପେ କରୁଛନ୍ତି । ତାଙ୍କ ନାକରେ ଡ୍ରିପ୍ ମଧ୍ୟ ଲାଗିଛି । ସେ ପେକ୍ରିୟାଜ୍ କ୍ୟାନ୍ସର ସହ ସଂଗ୍ରାମ କରୁଛନ୍ତି । ସେ ଦିଲ୍ଲୀର ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ରେ ଚିକିତ୍ସାଧୀନ ହେଉଛନ୍ତି ।

୨୦୧୮ ଫେବୃୟାରୀ ମାସରୁ ହଁ ସେ ଏଭଳି ସାଘାଂତିକ ରୋଗର କବଳରେ ରହିଛନ୍ତି । ସେତେବେଳଠାରୁ ସେ ଦିଲ୍ଲୀ, ମୁମ୍ବାଇ, ଗୋଆ, ନ୍ୟୁୟର୍କ ଡାକ୍ତରଖାନାରେ ନିଜ ଚିକିତ୍ସା ଚଲାଇଛନ୍ତି । ଏମ୍ସ ପକ୍ଷରୁ ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା କଥା କୁହାଯାଇଛି । ତେବେ କର୍କଟ ଏକ ଜୀବନଘାତକ ରୋଗ ହୋଇଥିବାରୁ ବର୍ଷ ୨୦୧୮ ର ଶେଷ ଆଡକୁ ପ୍ରାୟ ୧ କୋଟି ଲୋକଙ୍କର ଜୀବନ ଚାଲିଗଲାଣି । ଏହି ଗମ୍ଭୀର ରୋଗର ଆଉ ଏକ ଭୟଙ୍କର କଥା ହେଉଛି ଏହାର ଲକ୍ଷଣ ବିଷୟରେ କିଛି ସୂଚନା ହିଁ ମିଳିନଥାଏ ।