୨୦୦୦ ଟନର ମହାବୀର ! ହିମାଚଳରେ ବିଶ୍ୱର ସବୁଠୁ ଉଚ୍ଚ ବଜରଙ୍ଗବଲୀ ମୂର୍ତ୍ତିର ନିର୍ମାଣ ଶେଷ

89

ବିିଶ୍ୱର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହିମାଚଳ ପ୍ରଦେଶର ସୁଳତାନପୁର ସ୍ଥିତି ଲାଡୋ ଗ୍ରାମରେ ଦୁନିଆର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଯାହା ଆଗକୁ ଏହି ଗ୍ରାମକୁ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବ । ଆଗାମୀ ମାର୍ଚ୍ଚ ୩୧ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଏହି ମୂର୍ତ୍ତିର ଦର୍ଶନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ।

hanuman_f_1516450745_618x347ମାନବ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ୧୫୧ ଫୁଟର ହନୁମାନ ମୂର୍ତ୍ତିର ଓଜନ ୨୦୦୦ ଟନ୍ । ଏହି ମୂର୍ତ୍ତିକୁ ଏବେ ଗିନିଜ ୱାର୍ଲ୍ଡ ରେକର୍ଡ, ଏସିଆ ବୁକ୍ ଅଫ ରେକର୍ଡ ଓ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି । ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣରେ ଦୀର୍ଘ ୫ ବର୍ଷ ସମୟ ଲାଗିଛି । ଏହି ମୂର୍ତ୍ତିକୁ ମୂର୍ତ୍ତିକାର ପଦ୍ମଶ୍ରୀ ନରେଶ କୁମାର ଓ ତାଙ୍କ ସହଯୋଗୀ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ନିର୍ମାଣ ପାଇଁ ମାନବ ଭାରତୀ ଚାରିଟେବଲ ଟ୍ରଷ୍ଟ ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ହନୁମାନଙ୍କର ସବୁଠାରୁ ଉଚ୍ଚ ମୂର୍ତ୍ତି ରହିଥିଲା । ଏହାର ଉଚ୍ଚତା ୧୩୫ ଫୁଟ ଥିଲା ବେଳେ ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଥିବା ହନୁମାନ ମୂର୍ତ୍ତିର ଉଚ୍ଚତା ରହିଛି ୧୫୧ ଫୁଟ । ଏହାଛଡା ଦିଲ୍ଲୀରେ ମଧ୍ୟ ୧୦୮ ଫୁଟର ହନୁମାନ ବିରାଜମାନ କରିଛନ୍ତି । ସେହିଭଳି ମହାରାଷ୍ଟ୍ରର ନନ୍ଦୁରାରେ ୧୦୫ ଫୁଟର ହନୁମାନଙ୍କ ମୂର୍ତ୍ତି ଥିବା ବେଳେ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ୧୦୪ ଫୁଟର ସଙ୍କଟମୋଚନଙ୍କ ପ୍ରତିମା ରହିଛି ।