ପୁରୀରେ ୫ଜଣିଆ ବିଶ୍ୱ ବ୍ୟାଙ୍କ ଦଳ: ବାତ୍ୟା ‘ଫୋନି’ ପ୍ରଭାବିତ ଅଂଚଳରେ କରିବେ କ୍ଷୟକ୍ଷତିର ଆକଳନ

111

କନକ ବ୍ୟୁରୋ: ପୁରୀରେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କ ଟିମ୍ । ଟିମ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ଆଲୋଚନା କରିଛନ୍ତି । ମୋଟ୍ ୮ଟି ଟିମରେ ଭାଗ ହୋଇଛି ଏହି ଟିମ୍ । ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ପୁରୀର ବିଭିନ୍ନ ସ୍ଥାନ, ହୋଟେଲ ଓ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।