ଆତ୍ମହତ୍ୟା ପରେ ଲକ୍ଷ୍ମୀଧରଙ୍କୁ ମିଳିଲା ନ୍ୟାୟ ! ପକ୍କା ଘର ପାଇଁ କାର୍ଯ୍ୟାଦେଶ ଦେଲେ ବିଡିଓ

136

କନକ ବ୍ୟୁରୋ : ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଶୁକ୍ରବାର ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି । ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ବିଡିଓ ପକ୍କା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଂଚଳର ଲକ୍ଷ୍ମୀଧର ବେହେରାଙ୍କ ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓରେ ଲକ୍ଷ୍ମୀଧର କହିଥିଲେ ଯେ, ପକ୍କା ଘର କାର୍ଯ୍ୟାଦେଶ ପାଇଁ ତାଙ୍କୁ ଲାଞ୍ଚ ମଗାଯାଇଛି।

ଟାଙ୍ଗୀ ବ୍ଲକର ନିରାକାରପୁର ସାହିର ଲକ୍ଷ୍ମୀଧର ବେହେରା ଗତ ୧୬ ତାରିଖ ଦିନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଅଭାବ ଅସୁବିଧା ସାଙ୍ଗକୁ ଦିନ ମଜୁରିଆ ହେତୁ ପ୍ରତିଦିନ କାମ ମିଳୁନାହିଁ, ଫଳରେ ପରିବାର ଚଳାଇବା କଷ୍ଟ ହୋଇପଡିଛି । ଏବଂ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବା ପରେ ରୁଣ ଭାର ସହିନପାରି ନିଜ ଜମିରେ ବିଷ ପିଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କୁମାରୀ ବେହେରା ଅଭିଯୋଗ କରିଛନ୍ତି ।

Comments are closed.