ମୋଦି ସରକାର ପାଇଁ କରନ୍ତୁ ଏହି କାମ ! ପ୍ରତି ମାସରେ ରୋଜଗାର କରିପାରିବେ ୨୫ହଜାର ଟଙ୍କା

59

କେନ୍ଦ୍ର ସରକାର ଆଣିଛି ଅନେକ ସ୍କିମ୍ । ଯାହା ଦ୍ୱାରା ଜଣେ ସାଧାରଣ ଲୋକ ନା କେବଳ ଦେଶ ଚଳାଇବାରେ ସାହାଯ୍ୟ କରିପାରିବ ବରଂ ନିଜେ ମଧ୍ୟ ରୋଜଗାରକ୍ଷମ ହୋଇପାରିବ । ଏହି ସବୁ ସ୍କିମ୍ ପାଳନ କଲେ ଆପଣ ମାସକୁ ୨୫ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ । ଏବେ ଜାଣନ୍ତୁ ସରକାରଙ୍କ ଏହି ସ୍କିମ୍ ବିଷୟରେ ।

• ବର୍ଷ ବର୍ଷ ଧରି ସରକାରୀ ବିଭାଗରେ ପଡିଥିବା ଫାଇଲକୁ କେନ୍ଦ୍ର ସରକାର ଡିଜିଟାଲ୍ ରୂପ ଦେବାକୁ ଆରମ୍ଭ କରିଛି । ଆଉ ଏହି କାମରେ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଉଛି । ଡାଟା ଏଂଟ୍ରିର ଏହି କାମ ପାଇଁ ଆପଣଙ୍କୁ ଡିଜିଟାଇଜଡ୍ ଇଣ୍ଡିଆରେ ପଞ୍ଜୀକରଣ କରିବାକୁ ପଡିବ । ଏହାପରେ ଆରମ୍ଭ ହେବ କାମ । ଯଦି ଆପଣଙ୍କ ଟାଇପ୍ ସ୍ପିଡ୍ ଗୋଟିଏ ମିନିଟ୍ ଭିତରେ ୨୦ରୁ ୪୦ ଶବ୍ଦ ରହିଛି ତାହେଲେ ପ୍ରତିମାସରେ ୧୦ହଜାର ଟଙ୍କା ରୋଜଗାର କରିବାରିବେ । ଏହି ଡାଟା ଏଂଟ୍ରି ପାଇଁ ଆପଣଙ୍କୁ ରିୱାର୍ଡ ପଏଂଟ୍ ମଧ୍ୟ ମିଳିବ । ଗୋଟିଏ ରିୱାର୍ଡ ଦୁଇ ପଈସା ସହ ସମାନ ।

• ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ପ୍ରୋଜେକ୍ଟରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ସରକାର ଏକ ନୂଆ ସ୍କିମ୍ ଆରମ୍ଭ କରିଛନ୍ତି । ଏହି ସ୍କିମ୍ ଅନୁସାରେ ଅଥରିଟି ୨୫ହଜାର ଟଙ୍କା ପୁରସ୍କାର ରାଶି ଦେଉଛନ୍ତି । ତେବେ ଏହି ରାଶି ସେହିମାନଙ୍କୁ ମିଳିବ ଯିଏ ରୋଡ୍ ପ୍ରୋଜେକ୍ଟରେ ହେଉଥିବା ଦୁର୍ନୀତି ବିଷୟରେ ଜଣାଇବ । ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ଆପଣଙ୍କୁ ରିୱାର୍ଡ ମିଳିବ । ଦୁର୍ନୀତି ମାମଲା ଯେତେ ଗମ୍ଭୀର ହୋଇଥିବ ଆପଣଙ୍କୁ ସେତେ ଅଧିକ ପୁରସ୍କାର ମିଳିବ ।

• ସେହିପରି ଜନଧନ ଖାତା ସହ ମିଳୁଥିବା ରୂପେ ଡେବିଟ୍ କାର୍ଡ ଜରିଆରେ ଯଦିଓ ଆପଣ ରୋଜଗାର କରିପାରିବେନି ହେଲେ ଟଙ୍କା ସଂଚୟ କରିପାରିବେ । ଅନ୍ୟ ଡେବିଟ୍ କାର୍ଡ ପରି ଏଥିରେ ମଧ୍ୟ ରିୱାର୍ଡ ପଏଂଟ୍ ସହ ଅନ୍ୟ ସୁବିଧା ମିଳେ । କିନ୍ତୁ ରୂପେ କାର୍ଡରେ ଯଦି ଆପଣ ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ଏବଂ ଅନ୍ୟ ବିଲ୍ ଭରୁଛନ୍ତି ତେବେ ଆପଣଙ୍କୁ ପ୍ରତ୍ୟେକ ବିଲ୍ ଉପରେ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ ।

• ନିକଟରେ ମୋଦି ‘ମନ୍ କି ବାତ୍’ ରେଡିଓ ପ୍ରୋଗ୍ରାମରେ ଭିମ୍ ଆପ୍ ଏବଂ ଆଧାର ପେ ରେଫରଲ୍ ବିଷୟରେ କହିଥିଲେ । ସେ କହିଥିଲେ ଜଣେ ଅନ୍ୟ ଜଣକୁ ଏହି ଆପ୍ ରେଫର୍ କଲେ ପ୍ରତିଦିନ ୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଯଦି ଆପଣଙ୍କ କହିବା ଦ୍ୱାରା କେହି ଆଧାର ପେ ବ୍ୟବହାର କରେ ତେବେ ଆପଣଙ୍କୁ ୧୦ଟଙ୍କା ଲେଖାଏଁ ମିଳିବ ।