ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଷ୍ଟ୍ରପତି : ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରଙ୍କୁ ସମ୍ବୋଧିତ କରି ଟ୍ରଂପ ଉପରେ ବର୍ଷିଲେ ଓବାମା
କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନେଇ କଡା ସମାଲୋଚନା କରିଛନ୍ତି । ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରଙ୍କୁ ସମ୍ବୋଧିତ କରି ଟ୍ରଂପଙ୍କ ଉପରେ ବର୍ଷିଥିଲେ ଓବାମା । କହିଥିଲେ ଆଗମୀ ନଭେମ୍ବରରେ ହେବାକୁ ନିର୍ବାଚନ ଆମେରିକାରେ ପରିବର୍ତ୍ତର୍ନ ଆଣିବାକୁ ସୁବର୍ଣ୍ଣ ସୁଯୋଗ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ନେଉଥିବା ଟ୍ରମ୍ପ ସରକାରଙ୍କୁ ହଟାଇ ସ୍ୱଚ୍ଛ ସରକାର ଆଣିବାର ସମୟ ଆସିଛି ବୋଲି କହିଛନ୍ତି ବାରାକ ଓବାମା । ଟ୍ରମ୍ପ ସରକାରଙ୍କ ୨ ବର୍ଷର କାର୍ଯ୍ୟକାଳରେ ବର୍ଣ୍ଣ ବିଦ୍ୱେଷ ଚରମ ସୀମା ଛୁଇଁଛି । ଆଗୀମା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଆମେରିକାର ଜନତା ସ୍ୱେଚ୍ଛାଚାରୀ ସରକାରକୁ ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି । ଅନ୍ୟପଟେ ଓବାମାଙ୍କୁ ଜବାବ ଦେଇଛନ୍ତି ଡୋନାଲ୍ଡ ଟ୍ରଂପ । ଫାର୍ଗୋର ଏକ ସଭାକୁ ସମ୍ବୋଧିତ କରି ଟ୍ରଂପ ଓବାମାଙ୍କ ସମାଲୋଚନାକୁ ନେଇ ମଜାଳିଆ ମନ୍ତବ୍ୟ ଦେବା ସହ ହାଲୁକା ଭାବେ ନେଇଛନ୍ତି । କହିଛନ୍ତି ଓବାମା ଭଲ ଭାଷଣ ଦେଇଛନ୍ତି, ହେଲେ ଭାଷଣ ଶୁଣି ନିଦ ମାଡି ଆସୁଥିବା କହିଛନ୍ତି ଡୋନାଲ୍ଡ ଟ୍ରଂପ ।