ଆସବାବପତ୍ରରେ ଉଇ ଲାଗୁଛି କି ? ଆପଣାନ୍ତୁ ଏହି ସବୁ ଉପାୟ ସମସ୍ୟାରେ ପଡିବେନି । 

261

ପ୍ରାୟତଃ ଲୋକମାନେ ନିଜେ ଘରକୁ ସଜେଇ ରଖିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ କାଠ କିମ୍ବା ପ୍ଲାଏ ବ୍ୟବହାର କରି ଆଲମିରା,ଖଟ,ସୋଫା ଇତ୍ୟାଦି ତିଆରି କରିଥାନ୍ତି । କିନ୍ତୁ ଏଥିରେ ବେଳେ ବେଳେ ଉଈ ଲାଗିଯାଇଥାଏ । ଏହାଯୋଗୁଁ ଅନେକ ଘରେ ଫର୍ଣ୍ଣିଚର ବଦଳାଇ ଥାନ୍ତି । ଏଥିପାଇଁ ସେମାନଙ୍କର ବହୁମୂଲ୍ୟ ସମୟ ଏବଂ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । କିନ୍ତୁ ଯଦି ଆପଣ ଏଭଳି ଖର୍ଚ୍ଚାନ୍ତରୁ ବଞ୍ଚିବାକୁ ଚାହୁଁଛନ୍ତି ତାହାଲେ ଆସନ୍ତୁ ଜାଣିବା ଉଈ ଲାଗିବାଦ୍ୱାରା କେଉଁ କେଉଁ ଉପାୟ ଅବଲମ୍ବନ କରିବେ।

– ଆଲମିରା ଭିତରେ ଥିବା ସମସ୍ତ ବସ୍ତ୍ରକୁ ଖରାରେ ଶୁଖାଇ ରଖନ୍ତୁ । ଏଭଳି ରଖିବା ଦ୍ୱାରା ଉଈ ସମସ୍ୟା ଦୂର ହୋଇଥାଏ ।

– ଉଈ ଲାଗି ଯାଇଥିବା ସ୍ଥାନରେ ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତିୁ । ଏଥିରେ ଉଈ ମରିଯିବେ ଏବଂ ଆପଣ ଲାଭଦାୟକ ହେବେ।

– ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ତାହାଲେ ଲଙ୍କାଗୁଣ୍ଡ ବଦଳରେ ଲୁଣ ବ୍ୟବହାର କରିପାରିବେ । ଲୁଣ ପକାଇବା ଦ୍ୱାରା ଉଈ ମରିଯାଇଥାନ୍ତି ।

– ଉଈ ହଟାଇବା ପାଇଁ କଲରା ଜୁସ୍ କୁ ମଧ୍ୟ ବ୍ୟବହାର କରିପାରିବେ ।