ମାତ୍ର ୨ଟି ପାପୁଲିରେ ୪୬୦୦ ଫୁଟ ଉପରେ ଛିଡା ହୋଇଛି ବ୍ରିଜ । ଜାଣନ୍ତୁ କେଉଁଠି ରହିଛି ଏଭଳି ବ୍ରିଜ

47

ଭିଏତନାମରେ ଏକ ଭିନ୍ନ ଧରଣର ପାଦଚଲା ବ୍ରିଜ ନିର୍ମାଣ କରାଯାଇଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେନ୍ଦ୍ରୀୟ ଭିଏତନାମର ଡା ନାଙ୍ଗରେ ଥିବା ବା ନା ପର୍ବତ ଉପରେ ଦ ଗୋଲଡେନ ବ୍ରିଜ ରହିଛି । ଯାହା ମାତ୍ର ଦୁଇଟି ପାପୁଲି ଆକୃତିର ଖମ୍ବ ଉପରେ ଛିଡା ହୋଇଛି । ଏହାକୁ ଦୁନିଆର ସୁବଠୁ ଅଜବ ନିର୍ମାଣ ଶୈଳୀ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଥାଏ ।

ଚଳିତ ଜୁନ ମାସରେ ସାଧାରଣ ଲୋକଙ୍କ ପାଇଁ ଏହି ବ୍ରିଜ ଖୋଲାଯାଇଥିଲା । ଯାହାର ଲମ୍ବ ୧୫୦ ମିଟର ଥିବା ବେଳେ ସମୁଦ୍ର ପତନରୁ ପ୍ରାୟ ୧୪୦୦ ମିଟର ଅଥାର୍ତ ୪୬୦୦ ଫୁଟ୍ ଉପରେ ଏହାକୁ ନିର୍ମାଣ କରାଯାଇଥିଲା । ମାତ୍ର ଏକବର୍ଷ ମଧ୍ୟରେ ଏହି ସ୍ୱତନ୍ତ୍ର ବ୍ରିଜ ନିର୍ମାଣ କରାଯାଇଥିଲା । ଏହି ବ୍ରିଜ ଉପରେ ଛିଡା ହେଲେ ପାହାଡର ଅପୂର୍ବ ରୂପ ଦେଖିବାକୁ ମିଳିଥାଏ ।

ଫ୍ରେଞ୍ଚ ଶାସନ ସମୟରେ ବିଂଶ ଶତାବ୍ଦୀରେ ବା ନା ପର୍ବତ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଥିଲା । ଏହି କ୍ଷେତ୍ରରେ ଫ୍ରେଞ୍ଚ ଗାଁ ଗୁଡିକ ସହ ମେଳ ଖାଉଥିବା ଘର ଓ ବଗିଚା ମଧ୍ୟ ଦେଖିବାକୁ ମିଳେ । ଏଠାରେ ୫.୮ କିଲୋମିଟର ଲମ୍ବର କେବୁଲ କାର ଟ୍ରାକ ମଧ୍ୟ ରହିଛି । ପୂର୍ବରୁ ଏହା ବିଶ୍ୱର ସବୁଠୁ ଲମ୍ବା ଓ ଉଚ୍ଚ ଟ୍ରାକ ଭାବେ ପରିଗଣିତ ହେଉଥିଲା । ତେବେ ଏବେ ନିର୍ମାଣ ହୋଇଥିବା ଦ ଗୋଲଡେନ ବ୍ରିଜର ଡିଜାଇନ ଟିଏ ଲ୍ୟାଣ୍ଡସ୍କେପ କମ୍ପାନି ପ୍ରସ୍ତୁତ କରିଥିଲା ।