ଦାମଙ୍କୁ ଘେରିଲେ ମହିଳା ! ଦାବି ପୁରଣ ହେଉନଥିବା ଅଭିଯୋଗରେ ନିର୍ବାଚନ ପ୍ରଚାର କରିବାକୁ ଛାଡିଲେନି ଗାଁକୁ

27

କନକ ବ୍ୟୁରୋ: ବିଜେଡିର ଷ୍ଟାର ପ୍ରଚାରକ ତଥା ଅବକାରୀ ମନ୍ତ୍ରୀ ଦାମ ରାଉତଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ମହିଳାମାନେ ଘେରିଛନ୍ତି । ଦୀର୍ଘଦିନ ହେବ ଦାବି ପୁରଣ ହେଉନଥିବା ଅଭିଯୋଗ କରି ବିଗଛପୁର ଗ୍ରାମର ମହିଳାମାନେ ବିକ୍ଷୋଭ କରିଥିଲେ । ଏହା ସହ ନିର୍ବାଚନ ପ୍ରଚାର କରିବାକୁ ଦାମଙ୍କୁ ଗାଁ ମଧ୍ୟକୁ ଛାଡିନଥିଲେ ।

ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଦାମ ସେମାନଙ୍କୁ ତାତ୍ସଲ୍ୟ କରି ଘର କାହିଁକି କରିଛ ବୋଲି କହିଥିଲେ । ୧୦ ବର୍ଷ ହେଲାଣି ଗାଁକୁ ପାଣି ଆସୁନଥିବାରୁ ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହା ସତ୍ୱେ ବି ପ୍ରଶାସନ ନ ଶୁଣିବାରୁ ମହିଳାମାନେ ଏଭଳି ଅଭିନବ ପ୍ରତିବାଦ କରିଥିଲେ । ରାସ୍ତା ଉପରେ ମାଟିହାଣ୍ଡିକୁ ଭାଂଗିବା ସହ ଦାମଙ୍କୁ ବିରୋଧ କରିଥିଲେ ।