ବାଲେଶ୍ୱର : ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର

20

କନକ ବ୍ୟୁରୋ: ମଦ ବିରୋଧରେ ମହିଳାଙ୍କ ରଣହୁଂକାର । ଚୋରା ମଦ ଭାଟିକୁ ଭାଙ୍ଗିଲେ ଉତ୍ୟକ୍ତ ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଟ ଗାଁରେ ଦୀର୍ଘ ଦିନ ଧରି ଚାଲିଥିବା ଚୋରା ମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି ସ୍ଥାନୀୟ ମହିଳା ।

ଏହାସହ ମଦ ବ୍ୟବସାୟୀଙ୍କ ମଧ୍ୟ ଉତ୍ତମ ମଧ୍ୟମ ଦେଇଛନ୍ତି । ମଦ ଭାଟି ଭାଙ୍ଗିବା ପରେ ବାଲେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏଠାରେ ବେଆଇନ୍ ଭାବେ ମଦ କାରବାର ଚାଲିଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ ନଜର ଦିଆଯାଉନଥିବା ଅଭିଯୋଗ ହୋଇଛି ।