ଜୋତା ପିନ୍ଧାରୁ ଜାଣନ୍ତୁ ମହିଳାଙ୍କ ସ୍ୱଭାବ : ଫ୍ଲିପ ଫ୍ଲପ ପିନ୍ଧୁଥିବା ମହିଳାମାନେ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ

75

ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଜୋତା ମିଳୁଛି । ସମସ୍ତେ ସମସ୍ତଙ୍କ ପସନ୍ଦ ହିସାବରେ ଜୋତା ପିନ୍ଧିବା ସହ ସମସ୍ତଙ୍କର ଜୋତାକୁ ନେଇ ଏକ ନିର୍ଦ୍ଦିଷ୍ଟ ପସନ୍ଦ ରହିଛି । କାହାକୁ ଫ୍ଲାଟ ଭଲ ଲାଗେ ତ କାହାକୁ ହିଲ୍ସ । ପୋଷାକ ସହ ଜୋତାକୁ ନେଇ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ରହିଥାଏ । ବିଶେଷ କରି ମହିଳାମାନଙ୍କର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ଜୋତା ପିନ୍ଧୁଥିବା ମହିଳାମାନଙ୍କର ସ୍ୱଭାବ କିପରି ହୋଇଥାଏ ।

୧.କ୍ଲୋଜ ଫ୍ର ଫ୍ଲାଟ ସୁଜ : ଏ ପ୍ରକାରର ଜୋତା ପିନ୍ଧୁଥିବା ମହିଳାମାନେ ଦାୟିତ୍ୱବାନ ହେବା ସହ ଯତ୍ନବାନ ହୋଇଥାନ୍ତି । ଅଳସ ନ କରି ନିଜ କର୍ମ ସଠିକ୍ ଭାବରେ କରିଥାନ୍ତି ।

୨.ଫ୍ଲିପ ଫ୍ଲପ : ଏହି ପ୍ରକାରର ଜୋତା ପିନ୍ଧୁଥିବା ମହିଳାମାନେ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ । ଏମାନେ ବିଶ୍ୱାସଯୋଗ୍ୟ ହୋଇଥିବା ବେଳେ ନିଜର ବନ୍ଧୁତା ଭଲ ଭାବରେ ପାଳନ କରିଥାନ୍ତି ।

୩.ଫ୍ଲାଟ ଫର୍ମ ହିଲ୍ : ଏହି ପ୍ରକାରର ହିଲ ପିନ୍ଧୁଥିବା ମହିଳାମାନେ ଫ୍ୟାସନେବଲ ହୋଇଥାନ୍ତି । ଅଧିକାଂଶ କର୍ମଜୀବି ମହିଳା ଏ ପ୍ରକାରର ହିଲ ପିନ୍ଧିବାକୁ ଭଲ ପାଉଥିବା ବେଳେ ଏହା ତାଙ୍କର ଆତ୍ମବିଶ୍ୱାସ ବଢ଼ାଏ ବୋଲି ଜଣା ପଡ଼ିଛି । ଏମାନେ ଅନ୍ୟକୁ ସାହାଯ୍ୟ ନେବାକୁ ପସନ୍ଦ କରୁ ନଥିବା ବେଳେ ଆତ୍ମନିର୍ଭରଶୀଳ ହୋଇଥାନ୍ତି ।

୪.ସ୍ପୋର୍ଟସ ସୁଜ : ଏହାକୁ ପିନ୍ଧୁଥିବା ମହିଳାମାନେ ଚାଲକ ଏବଂ ମନ ଖୋଲା ମଣିଷ ହୋଇଥାନ୍ତି । ଏମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ସଚେତନ ଥାନ୍ତି ।