ବିଦେଶୀ ମହିଳା ରେସଲରଙ୍କୁ ଚ୍ୟାଲେଂଜ ଦେଇ ଚର୍ଚ୍ଚାରେ ରାଖୀ ସାୱନ୍ତ : ରିଙ୍ଗରେ ରାଖୀଙ୍କୁ କଚାଡିଲେ ବିଦେଶୀ ରେସଲର୍, ହସପିଟାଲରେ ହେଲେ ଭର୍ତ୍ତି

ବିଦେଶୀ ମହିଳା ରେସଲର୍ ରାଖୀ ସାୱନ୍ତଙ୍କୁ ରିଙ୍ଗରେ କଚାଡି କଚାଡି ମାରିଲେ ।

1,387

ପଂଚକୁଲାର ସେକ୍ଟର ୩ ସ୍ଥିତ ତାଉ ଦେବୀ ଲାଲ ଖେଳ ପରିସରରେ ଆୟୋଜିତ ସିଡବ୍ଲୁଇର ଆନୁକୂଲ୍ୟରେ ରେସଲିଙ୍ଗର ବଡ ଫାଇଟରେ ଅଭିନେତ୍ରୀ ରାଖୀ ସାୱନ୍ତ ଜଣେ ବିଦେଶୀ ମହିଳାଙ୍କୁ ଚ୍ୟାଲେଂଜ ଦେବା ପଡିଲା ମହଙ୍ଗା । ବିଦେଶୀ ମହିଳା ରେସଲର୍ ରାଖୀ ସାୱନ୍ତଙ୍କୁ ରିଙ୍ଗରେ କଚାଡି କଚାଡି ମାରିଲେ, ଯଦ୍ୱାରା ତାଙ୍କୁ ଆଘାତ ପହଂଚିଛି । ରାଖୀଙ୍କୁ ହସପିଟାଲ ନିଆଯାଇଛି ।

ରବିବାର ଦିନ ବିଗ୍ ଫାଇଟ୍ ସମୟରେ ମହିଳା ରେସଲରଙ୍କ ମୁକାବିଲା ରଖାଯାଇଥିଲା । ବିଦେଶୀ ମହିଳା ରେସଲର୍ ରେୱଲ ଫାଇଟ୍ ଜିତିବା ପରେ ଖୋଲା ଚ୍ୟାଲେଂଜ ଦେଇ କହିଲେ କି, “ଯଦି କୌଣସି ବି ଭାରତୀୟ ମହିଳାଙ୍କ ପାଖରେ ଦମ୍ ଅଛି, ତେବେ ମୋ ସହିତ ଆସି ଲଢ଼ ।” କିନ୍ତୁ କୌଣସି ମହିଳା ପ୍ରସ୍ତୁତ ହେଲେ ନାହିଁ ।

ଏହାପରେ ରାଖୀ ସାୱନ୍ତ ଷ୍ଟେଜ୍ କୁ ଆସିଗଲେ ଓ ମହିଳା ରେସଲରଙ୍କୁ ଚ୍ୟାଲେଂଜ ଦେଇ କହିଲେ କି, ଯଦି ମହିଳା ରେସଲରଙ୍କ ପାଖରେ ଦମ୍ ଅଛି, ତେବେ ତାଙ୍କ ଭଳି ଡାନ୍ସ କରି କି ଦେଖାନ୍ତୁ । ଏହାପରେ ଉଭୟଙ୍କ ଭିତରେ ମୁକାବିଲା ଆରମ୍ଭ ହୋଇଗଲା । ରାଖୀ ସାୱନ୍ତଙ୍କ ଡାନ୍ସ ଦେଖି ଲୋକ ହୁଟିଙ୍ଗ କରିବାକୁ ଲାଗିଲେ । ଏହି ସମୟରେ ରାଖୀ ସାୱନ୍ତ ପ୍ରତିଦ୍ୱନ୍ଦୀଙ୍କୁ ଚିଡାଉଥିବା ନଜର ଆସିଥିଲେ । ଯଦ୍ୱାରା ସେ ରାଗି ଯାଇ ରାଖୀ ସାୱନ୍ତଙ୍କୁ କଚାଡି ଦେଲେ । ଏହାପରେ

ସେ ଯନ୍ତ୍ରଣାରେ ଛଟପଟ ହେବାପରେ ବାଉନ୍ସର ଆସି ତାଙ୍କୁ ତୁରନ୍ତ ଉଠାଇକି ନେଲେ । ରାଖୀ ଯେତେବେଳେ ଜଣାଇଲେ କି ତାଙ୍କୁ ପିଠି ଓ ପେଟରେ ବହୁତ ଯନ୍ତ୍ରଣା ଅନୁଭବ ହେଉଛି, ଅତିଶୀଘ୍ର ତାଙ୍କୁ ହସପିଟାଲ ନିଆଗଲା । ଏବେ ରାଖୀ ସାୱନ୍ତଙ୍କ ସ୍ଥିତି ଠିକ୍ ଅଛି ଓ ତାଙ୍କର ଚିକିତ୍ସା ଚାଲୁଛି ।