ଭୁଲରେ କିଣିଥିବା ଲଟେରୀ ଟିକେଟ ବଦଳାଇଦେଲା ମହିଳାଙ୍କ ଭାଗ୍ୟ ! ୩୭ କୋଟିର ଜାକପଟ ଜିତି ଖୁସିରେ ଆତ୍ମହରା ଓକସାନା

60

ଯଦି ଭାଗ୍ୟ ଭଲଥାଏ ତେବେ ମାଟିକୁ ଛୁଇଁଲେ ମଧ୍ୟ ତାହା ସୁନା ପାଲଟିଯାଏ । ଲଟେରୀ ଜିତି କୋଟିପତି ହେବା କଥା ଆପଣ ଫିଲ୍ମରେ ଦେଖିଥିବେ ନିଶ୍ଚୟ । କିନ୍ତୁ ବାସ୍ତବ ଜୀବନରେ ଲଟେରୀ ଜିତି କୋଟିପତି ହେବା କଥା ଖୁବ କମ ଦେଖିବାକୁ ମିଳିଥାଏ । କିନ୍ତୁ ଆମେରିକାର ଜଣେ ମହିଳା ଭୁଲବସତଃ ଏକ ଲଟେରୀ କିଣିବା ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ଲଟେରୀ ଟିକେଟ ତାଙ୍କୁ କୋଟିପତି ଆସନରେ ବସାଇଛି ।

3_010818043456ଆମେରିକାର ଓକସାନା ଜାହାରୋଭ ନ୍ୟୁୟର୍କ ଲଟେରୀ ଟିକେଟରୁ ଏକ ଲଟେରୀ ଟିକେଟ କିଣିଥିଲେ । ଓକସାନା ଏକ ଡଲାର ମୂଲ୍ୟର ଲଟେରୀ ଟିକେଟ କିଣିବାକୁ ଚାହୁଁଥିବା ବେଳେ କିନ୍ତୁ ଭୁଲବସତଃ ତାଙ୍କୁ ୧୦ ଡଲାର ମୂଲ୍ୟର ସେଟ ଫର ଲାଇଫ ଲଟେରୀ ଟିକେଟ ଦିଆଯାଇଥିଲା । ଗୋଟିଏ ଡଲାର ବଦଳରେ ୧୦ ଡଲାର ମୂଲ୍ୟର ଟିକେଟ ଦିଆଯାଇଥିବାରୁ ତାଙ୍କର ବେଶ ମନଦୁଃଖ ମଧ୍ୟ ହୋଇଥିଲା । କିନ୍ତୁ ସେ ଜାଣିନଥିଲେ ସେଟ ଫର ଲାଇଫ ଟିକେଟ ତାଙ୍କ ଜୀବନର ଗତିପଥ ବଦଳାଇ ଦେବ ବୋଲି । ଠିକ୍ ସେହଭଳି କିଛି ହୋଇଥିଲା ଓକସାନାଙ୍କ କ୍ଷେତ୍ରରେ । ଅଧିକ ପଇସା ଦେଇ ଟିକେଟ ଆଣିଥିବାରୁ ସେହିଦିନ ଏହାକୁ ସ୍କ୍ରାଚ କରିନଥିଲେ । କିନ୍ତୁ ଯେତେବେଳେ ଏହି ଲଟେରୀ ଟିକେଟକୁ ଓସକାନା ସ୍କ୍ରାଚ କରିଥିଲେ ଆଶ୍ଚଯ୍ୟ ହୋଇଯାଇଥିଲେ ।

ଯେଉଁ ଟିକେଟ ପାଇଁ ସେ ମନଦୁଃଖ କରୁଥିଲେ ସେହି ଟିକେଟ ହିଁ ତାଙ୍କୁ ଖୁସି ଆଣି ଦେଇଥିଲା । ଟିକେଟ ସ୍କ୍ରାଚ କରିବା ପରେ ଯାହା ଦେଖିଥିଲେ ସେଥିରେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ଓସକାନା । ଲଟେରୀ ସ୍କ୍ରାଚ କରିବା ୩୭.୬୧ କୋଟି ଟଙ୍କା ଜିତିଥିବା ସେ ଜାଣିଥିଲେ । ଏହା ଓସକାନାଙ୍କ ପାଇଁ କୌଣସି ଜାକପଟ ଠାରୁ ମଧ୍ୟ କମ ନଥିଲା । ଲଟେରୀ ଜିତିବା ପରେ ଓସକାନାଙ୍କ ଫଟୋ ନ୍ୟୁୟର୍କ ଲଟେରୀ ସେୟାର କରିଛନ୍ତି । ଓସକାନାଙ୍କ କହିବା ଅନୁଯାୟୀ, ପୂର୍ବରୁ ସେ କେବେ ଏତେ ଟଙ୍କା ଜିତିନଥିଲେ । ପ୍ରଥମ ଥର ପାଇଁ ସେ ଏତେ ଟଙ୍କା ଜିତିଥିବାରୁ ତାଙ୍କର ଏହା ବିଶ୍ୱାସ ହେଉନାହିଁ ।