ଭିନ୍ନ ଏକ ଭିନ୍ନକ୍ଷମ । ଦୃଷ୍ଟିହୀନ ହୋଇବି ଅନୁଭବରେ କରିପାରନ୍ତି ସବୁ କାମ

49

ଅଭିଜ୍ଞତା ତାଙ୍କ ଜୀବନକୁ ସରଳ କରିଦେଇଛି । ଅନ୍ଧ ହୋଇବି ହାରିନାହାନ୍ତି କି ପଛରେ ପଡିନାହାନ୍ତି ଏହି ମହିଳା । ବ୍ରେଲି ସ୍କ୍ରିପ୍ଟ ମାଧମରେ ସେ ପଢିପାରୁଛନ୍ତି ଓ ଲେଖି ପାରୁଛନ୍ତି । ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ମହିଳା । ତେବେ ଏହି ଦୃଷ୍ଟିହୀନ ମହିଳାଙ୍କ ପାଇଁ ବ୍ରେଲି ସ୍କ୍ରିପ୍ଟ ବେଶୀ ସାହାଯ୍ୟ କରିପାରିନାହିଁ । ଗାଁରେ ଜନ୍ମ ହୋଇଥିବା ଏହି ମହିଳା ଜଣକ ପିଲାଦିନରୁ ସବୁ ଶୁଣିପାରୁଥିଲେ ଓ ବୁଝିପାରୁଥିଲେ । କିନ୍ତୁ କିଛି ଦେଖିପାରୁନଥିଲେ । ଜମିରେ କାମ କରିବା ଛଡା ଆଉ କିଛି କାମ କରିପାରୁନଥିଲେ ।

ତାଙ୍କୁ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଜମିରେ ଚାଷ କରିବା ପାଇଁ ବ୍ରେଲି ଭଳି କୋଣସି ଟେକ୍ନୋଲୋଜି ବାହାରିବା ପାଇଁ ସମସ୍ତେ ଭାବୁଥିବେ । କିନ୍ତୁ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏହି ଗ୍ରାମୀଣ ଦୃଷ୍ଟିହୀନ ମହିଳାଙ୍କୁ ଅନେକ ସମ୍ମାନ ଦେଇଥାନ୍ତି । ଯେଉଁମାନେ ପରିବା ଚାଷ କରି ଟଙ୍କା ରୋଜଗାର କରୁଛନ୍ତି, ସେମାନଙ୍କର ପ୍ରିୟ ହେଉଛନ୍ତି ଏହି ଦୃଷ୍ଟିହୀନ ମହିଳା । ସେ ସ୍ପର୍ଶ କରି ଗଛ, ପତ୍ର, ମଂଜି, ଫୁଲ ଓ ଫଳ ବିଷୟରେ ଜାଣିପାରନ୍ତି ।

ସିହୋରା ବ୍ଲକର ଜାଲି ଗାଁର ମହିଳା ତାରା ବାଇ ଅନେକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ତାରା ବାଇ, ବୟସ ୫୦ରୁ ଅଧିକ । ପିଲାଦିନରୁ ଅନ୍ଧ । ତାଙ୍କୁ ଯେତେବେଳେ ଛଅ ମାସ ହୋଇଥିଲା ସେତେବେଳେ ତାଙ୍କର ଦୃଷିଶକ୍ତି ହ୍ରାସ ପାଇଥିଲା । ଏପରିକି ଦୃ,ଷ୍ଟିହୀନ ପାଇଁ ତାଙ୍କର ବିବାହ ହୋଇପାରିନଥିଲା । ସମୟ ଗଡିବା ସହ ସେ ନିଜକୁ ପରିବାରର ବୋଝ ବୋଲି ଭାବିଥିଲେ । ତା ପରେ ସେ ଭାବିଥିଲେ ତାଙ୍କୁ କିଛି ନା କିଛି କରିବାକୁ ପଡିବ । ଆଉ ଶେଷରେ କୃଷିକୁ ଆପଣାଇଥିଲେ ।କିନ୍ତୁ ତାଙ୍କ ପାଇଁ ଚାଷ କରିବା କଷ୍ଟକର ହୋଇଥିଲା । ତେଣୁ ସେ ଚାଷ କରିବା ଅପେକ୍ଷା ବଗିଚା ଉପରେ ଗୁରୁତ୍ୱ ଦେଇଥିଲେ । ତେଣୁ ନିଜ ଘର ପାଖରେ ଥିବା ଜମିରେ ପରିବା ଚାଷ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ପ୍ରତିବନ୍ଧକ ହୋଇଥିଲା ତାଙ୍କର ଅନ୍ଧତ୍ୱ ।

କିନ୍ତୁ ତାଙ୍କ ସାଥୀରେ ଥିଲା ଭାଗ୍ୟ । ସମସ୍ତେ ତାଙ୍କୁ ପର କରିଥିବା ବେଳେ ଭାଗ୍ୟ ତାଙ୍କୁ ଛାଡିନଥିଲା । ସେହି ସମୟରେ ତାଙ୍କ ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ତାଙ୍କ ଗାଁ କୁ ଆସିଥିଲେ । ତାରା ବାଇ ସେମାନଙ୍କୁ ତାଙ୍କ ଲକ୍ଷ୍ୟ ବିଷୟରେ କହିଥିଲେ । ସେହି ଏନଜିଓ ଏଥିପାଇଁ ଜବଲପୁର କୃଷି ବିଶ୍ୱବିଦ୍ୟାଳୟକୁ ଅନୁରୋଧ କରିଥିଲେ । ଆଉ ଏଥିପାଇଁ ଅନୁମତି ପ୍ରଦାନ କରିଥିଲା ବିଶ୍ୱବିଦ୍ୟାଳୟ । ପରିବା ଚାଷ ଉପରେ ଏକ ସ୍ୱତନ୍ତ୍ର ଟ୍ରେନିଂ ଦେବା ପାଇଁ ବିଶ୍ୱବିଦ୍ୟାଳୟ ସହଯୋଗ କରିଥିଲେ ।

ତାରା କହିଛନ୍ତି ଆମେ ଆଗରୁ ସବୁଆଡେ ଗଛ ଲଗାଉଥିଲୁ । କିନ୍ତୁ ଟ୍ରେନିଂ ନେବା ପରେ ଆମେ ଜାଣିଲୁ ଯେ, ଉତ୍ତର -ଦକ୍ଷିଣ ଦିଗରେ ଗଛ ଲଗାଇବା ଉଚିତ । କାରଣ ଏଥିରେ ସିଧାସଳଖ ଭାବେ ଗଛରେ ସୂର୍ଯ୍ୟକିରଣ ପଡିଥାଏ । ଆଉ ତାପରେ ଆମେ ଅଧିକ ଫଳ ଉତ୍ପାଦନ ହେବାରୁ ଅଧିକ ଲାଭ ପାଇଥିଲୁ ।

ତାରା ବର୍ତମାନ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ଦିବ୍ୟାଙ୍ଗ ଚାଷ କରୁଛନ୍ତି । କେବଳ ଜାଲି ଗାଁ ନୁହେଁ ନିକଟସ୍ଥ ବୁଢିଆ ଗାଁର ୬୫ବର୍ଷିୟ ଦୃଷ୍ଟିହୀନ ରାଜୋ ବାଇ ପରିବା ଚାଷ କରୁଛନ୍ତି । ସେ ଉଚ୍ଚଶିକ୍ଷିତା ନୁହନ୍ତି କି ଅତି ଧନୀ ପରିବାରରେ ଜନ୍ମ ହୋଇନାହାନ୍ତି ତଥାପି ତାଙ୍କ ଚେଷ୍ଟା ଓ ସାହସ ଆଜି ତାଙ୍କୁ ଅନନ୍ୟ ପରିଚୟ ଦେଇଛି ।

ସୌଜନ୍ୟ: ଦୈନିକ ଜାଗରଣ