ମାଲକାନଗିରିରେ ଉଗ୍ର ହେଉଛି ମଦ ବିରୋଧୀ ଆନ୍ଦୋଳନ ! ମଦ ଦୋକାନ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଆଫିସ ଆଗରେ ବିକ୍ଷୋଭ

24

କନକ ବ୍ୟୁରୋ: ମାଲକାନଗିରିରେ ଉଗ୍ର ହେଉଛି ମଦ ବିରୋଧୀ ଆନ୍ଦୋଳନ । ମଦ ଦୋକାନ ବନ୍ଦ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଜିଲ୍ଲାର “ମାଁ ଘର” ନେତୃତ୍ୱରେ ଶତାଧୀକ ମହିଳା ମାଲକାନଗିରି ଏସ.ପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବେଆଇନ ମଦ କାରବାର ବନ୍ଦ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ସ୍ଥଳେ ହିଂସାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାଇ ଦେଇଛି “ମାଁ ଘର” ସଂସ୍ଥା ।

ତେବେ ଏ ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ମଦ ଦୋକାନ ଭଙ୍ଗାରୁଜା ସତ୍ୱେ ସହରର ବିଭିନ୍ନ ସ୍ଥାନରେ ଖୋଲା ଖୋଲି ବେଆଇନ ଦେଶୀ ମଦ କାରବାର ଚାଲୁ ଥିବାରୁ ଏହାକୁ ପ୍ରତିବାଦ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –