ପାରିବାରିକ କଳହରୁ କରୁଣ ପରିଣତି ! ୫ବର୍ଷର ଝିଅକୁ ଧରି ନଈକୁ ଡେଇଁ ପଡ଼ିଲେ ମାଆ

27

କନକ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ୫ବର୍ଷର ଝିଅକୁ ଧରି ନଈକୁ ଡେଇଁ ପଡ଼ିଲେ ମାଆ । ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଂଚଳରେ । ସିନ୍ଧବାଲି ଗାଁର ଚିରସ୍ମିତା ଦାସ, ତାଙ୍କ ୫ ବର୍ଷର ଝିଅ ପଲକ ଦାସଙ୍କୁ ଧରି ଷୋରିଷଦା ଗାଁ ନିକଟ ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଚିରସ୍ମିତାଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ଚିରସ୍ମିତାଙ୍କ ସ୍ୱାମୀ, ବିଶ୍ୱଜିତ ଦାସ ତାଙ୍କୁ ମଦପିଈ ମାରପିଟ୍ କରୁଥିଲେ । ଆଉ ଏଥିପାଇଁ ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଆତ୍ମହତ୍ୟାର ପୂର୍ବ ଦିନ ବି ମାରପିଟ୍ କରିଥିବା ନେଇ ପଟ୍ଟାମୁଣ୍ଡାଇ ଥାନରେ ଏତଲା ଦେଇଛନ୍ତି ।

୫ବର୍ଷ ତଳେ ମହାଦେଇ ପାଟଣା ଗାଁର ବିଜୟ ଦାସଙ୍କ ଝିଅ ଚିରସ୍ମିତାଙ୍କୁ ବିବାହ କରିଥିଲେ ବିଶ୍ୱଜିତ ଦାସ । ଆରମ୍ଭରୁ ଉଭୟଙ୍କ ଭିତରେ ଭଲ ସଂପର୍କ ଥିଲେ ବି ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ମଦ୍ୟପାନକୁ ନେଇ ଚିରସ୍ମିତା ଅଶାନ୍ତିରେ ରହୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –