ମୋଦିଙ୍କୁ ଚିଠି ଦେଇ ମହିଳାଙ୍କୁ ମାଡ ଘଟଣା ! ତଦନ୍ତ ପଇଁ ଓଡିଶା ଆସିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ସୁଷମା ସାହୁ

25

କନକ ବ୍ୟୁରୋ : ମୋଦିଙ୍କୁ ଚିଠି ଦେଇ ମହିଳାଙ୍କୁ ମାଡ ଘଟଣାରେ ତଦନ୍ତ ପଇଁ ଓଡିଶା ଆସିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ସୁଷମା ସାହୁ । ଆସନ୍ତାକାଲି ଏରସମାରେ ପୀଡିତା ପାର୍ବତୀ ସାସମଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଘଟଣାରେ ପୋଲିସ କାହିଁକି ନିରବ ଦ୍ରଷ୍ଟା ସାଜିଛି ସେନେଇ ପୋଲିସ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସେ କହିଛନ୍ତି ।

ଏପରିକି ଯଦି ଆଲୋଚନା ପାଇଁ ଡିଜି ନଆସିଲେ, ତାଙ୍କୁ ସମନ୍ ଦେଇ ଦିଲ୍ଲୀ ଡାକିବେ ବୋଲି ମହିଳା କମିଶନ ସଦସ୍ୟା କହିଛନ୍ତି । ଆଜି ଓଡିଶାରେ ପହଁଚିବା ପରେ ତାଙ୍କୁ ବିଜେପିର ମହିଳା ନେତ୍ରୀମାନେ ଭେଟିଥିଲେ । ପାର୍ବତୀ ସାସମଲଙ୍କ ପ୍ରସଙ୍ଗ ନେଇ କିଛି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭେଟି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ ।