ମହିଳାଙ୍କ ସୁରକ୍ଷା ମହିଳାଙ୍କ ହାତରେ ! ସ୍ମାର୍ଟଫୋନରେ ଅଛି ସମସ୍ତ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ଫୋନର ବ୍ୟବହାର ?

43

ବ୍ୟସ୍ତ ବହୁଳ ଜୀବନ ସହିତ ଅସୁରକ୍ଷିତ ପରିବେଶ । କିଛି ଅଘଟଣର ଡର ସବୁବେଳେ ମନରେ ଘର କରିଥାଏ । କିନ୍ତୁ ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୋକଙ୍କ ହାତରେ ରହୁଛି ସ୍ମାର୍ଟ ଫୋନ । ମହିଳାଙ୍କ ସୁରକ୍ଷା ପାଇଁ ବହୁତ ଗେଜେଟସ ଓ ଆପ ଅଛି । ନିତିଦିନିଆ କାମଠୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଟେକନୋଲୋଜିର ଭରପୁର ବ୍ୟବହାର କରାଯାଉଛି । ମାର୍କେଟରେ ଏମିତି ବହୁତ ଆପ ଓ ଗେଜେଟସ ରହିଛି, ଯାହା ମହିଳାମାନଙ୍କ ସୁରକ୍ଷାର ଦାୟିତ୍ୱ ନେଇ ପାରିବ । ପିନ୍ଧଥିବା ଗେଜେଟସ ପ୍ରାୟ ସବୁ ସମୟରେ ଉପକାରୀ ସାବ୍ୟସ୍ତ ହୁଏ, କାରଣ ମହିଳା ମାନେ ପୋଷାକ ଭିତରେ ଲୁଚାଇ ପାରିବେ । କିଛି ଗେଜେଟସ ମହିଳାଙ୍କ ଗହଣା ସହ ମଧ୍ୟ ମିଶି ଯାଏ । ଏମିତି ଉପାୟ ଥାଉ ଥାଉ ଆମେ ଟେକନୋଲୋଜି ଜରିଆରେ ନିଜ ସୁରକ୍ଷାର ଲାଭ କାହିଁକି ନଉଠାଇବା । ଆସନ୍ତୁ ଜାଣିବା ଏମିତି କିଛି ଆପ ଓ ଗେଜେଟସ ବିଷୟରେ

• ସେଫଲେଟ : ସୁରକ୍ଷା ଉପରେ ଧ୍ୟାନ ଦେବା ଭଳି ପିନ୍ଧିବା ଯୋଗ୍ୟ ଉପକରଣ ମଧ୍ୟରୁ ‘ସେଫଲେଟ’ ଅନ୍ୟତମ । ଗତି ଓ ସୁବିଧାକୁ ଧ୍ୟାନ ଦେଇ ଏହାର ଡିଜାଇନ କରାଯାଇଛି । ଏହି ବ୍ରାସଲେଟରେ ଦୁଇଟି ବଟନ ଅଛି, ଯାହାର ପ୍ରୟୋଗ ଅଭିଭାବକଙ୍କ ନେଟୱର୍କ କୁ ସଂପର୍କ କରିବା ପାଇଁ ଥାଏ । ସଂକଟ ସମୟରେ ଚେତାବନୀକୁ ଦେଖୁଥିବା ବନ୍ଧୁ ବା ପରିବାର ସଦସ୍ୟ ଏହି ଆପରୁ ଜରୁରୀ କାଳୀନ ସଂପର୍କ କରିପାରିବେ ।

• ସାଇରନ : ‘ସାଇରନ ’ର ବ୍ୟବହାର ଏକ ଛୋଟ ମୁଦିରେ ଲୁଚେଇକି ବି କରାଯାଇପାରିବ । ଏହାର ଧ୍ୱନି ୧୧୦ ଡେସିବଲରୁ ବି ଅଧିକ ଥାଏ, ଯାହାକୁ ୫୦ ଫୁଟ ଦୂରରୁ ଶୁଣିପାରିବା । ଜରୁରୀ ସମୟରେ ଏହାକୁ ବାମ ପଟେ ମୋଡିଲେ ଏକ ସେକେଣ୍ଡ ଭିତରେ ଜୋରରେ ଆବାଜ ଆସେ ।

• ଏଥେନା : ମହିଳାଙ୍କ ସହାୟତା ପାଇଁ ରୋର ନାମକ ବ୍ୟକ୍ତି ‘ଏଥେନା’ ତିଆରି କରିଛନ୍ତି । ଅଧା ଡଲାର ମୁଦ୍ରା ଆକୃତିର ଏହି ଯନ୍ତ୍ରକୁ ଦବେଇଲେ ଜୋରରେ ଆଲାର୍ମ ବାଜେ । ଏହାପରେ ଉପଯୋଗକର୍ତ୍ତାଙ୍କ ଲୋକେସନ ସହ ଏହି ଉପକରଣକୁ ସଂଯୋଗ କରି ସଂକେତ ପଠାଏ ଓ ସହାୟତା କରେ । ଏହି ଉପକାଣକୁ ପର୍ସ ସହ ଲଗାଇ ପାରିବା ବା ହାର ଭଳି ପିନ୍ଧି ପାରିବା । ଏହି ଉପକରଣକୁ ସାଇଲେଣ୍ଟ ମୋଡରେ ବି ସେଟ କରି ହୁଏ ।

• ଷ୍ଟିଲେଟୋ ଚାର୍ମସ : ଷ୍ଟିଲେଟୋ ମୋବାଇଲ ଆପର ବ୍ୟବହାର କରି ପ୍ରୟୋଗକାରୀ ଏକ ଜରୁରୀକାଳୀନ ପ୍ରୋଫାଇଲ କରିପାରିବା । ଜରୁରୀକାଳୀନ ସଂପର୍କ ସ୍ଥାପନ କରିପାରିବା । କୈାଣସି ରାସ୍ତାକୁ ବାଛିବାର ଯୋଜନା କରିପାରିବା ଓ ବ୍ୟାଟେରୀର ସ୍ତର ବି ଯାଂଚ କରିପାରିବା ।

• ରେଭୋଲର : ଏହା ଦୁରରୁ ଏକ ଛୋଟ ଗ୍ୟାରେଜ ଡୋର ଓପନର ଭଳି ଦେଖାଯାଏ । ଅଣ୍ଡାକୃତି ଓ ଦୁଇ ଇଂଚରୁ ବି କମ ଲମ୍ବର ଏହି ଉପକରଣକୁ ଜିନ୍ସରେ ଯୋଡା ଯାଇପାରିବ ବା ଚାବି ପେନ୍ଥାରେ ଲଗାଯାଇପାରିବ । ଏହାକୁ ଦୁଇ ଥର ଦବାଇଲେ ରେଭୋଲରରେ ନାମିତ ସଂପର୍କକୁ ହଳଦିଆ ଆଲର୍ଟ ପଠାଏ ଓ ତିନି ଥର ଦବାଇଲେ ରେଡ ଆଲର୍ଟ ପଠାଏ, ଯାହା ଗମ୍ଭୀର ସହାୟତାକୁ ଇଙ୍ଗିତ କରେ । େଭେଳାଲର ପାଇଁ ଅନ୍ୟ କୈାଣସି ଆପର ଡାଇନଲୋଡ କରିବାର ଆବଶ୍ୟକତା ନାହିଁ ।

• ମହିଳା ସୁରକ୍ଷା ଆପ : ମହିଳାଙ୍କ ସୁରକ୍ଷାକୁ ଅଧାର କରି ଆପ ଗୁଡିକ ତିଆରି ହୋଇଛି, ଯାହା ଗୁଗଲ ପ୍ଲେ ଷ୍ଟୋରରେ ଅଛି । ଆହୁରି ବି ଏମିତି କିିଛି ଆପ ଅଛି ଯାହା ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ ସହ ଜଡିତ । ଏହି ଆପରେ ଓମେନ ସେଫ୍ଟି, ସ୍ମାର୍ଟ ୨୪*୨୭, ସେଫ୍ଟିପିନ, ରକ୍ଷା-ଓମେନ ସେଫ୍ଟି ଆଲର୍ଟ, ବିଦ୍ୟୁଆପ, ନିର୍ଭୟା : ବି ଫିଏରଲେସ ଆପ, ଆଇଏମ ଶକ୍ତି ଆପ ଆଦି ଅଛି ।