ବଲାଙ୍ଗିର ବୁବେଲ ଗାଁରେ ମଦବିରୋଧୀ ଆନ୍ଦୋଳନ ! ମଦଭାଟି ବନ୍ଦ ଦାବିରେ ରାସ୍ତା ଅବରୋଧ କଲେ ଶତାଧିକ ମହିଳା

20

କନକ ବ୍ୟୁରୋ: ବଲାଙ୍ଗିର ବୁବେଲ ଗାଁରେ ମଦ ବିରୋଧୀ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ବୁବେଲ ଗାଁରେ ଥିବା ମଦଭାଟି ବନ୍ଦ କରିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଁର ମହିଳାମାନେ । ବଲାଙ୍ଗିର-ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।

ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁବେଲ ଏକ ମଦଭାଟି ରହିଥିବା ବେଳେ ପାଖରେ ସ୍କୁଲ ଓ ମନ୍ଦିର ରହିଛି । ଫଳରେ ଗାଁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ତୁରନ୍ତ ଏହି ମଦଭାଟି ବନ୍ଦ କରିବାକୁ ଦାବି କରିଛନ୍ତି ବୁବେଲ ଗାଁର ଲୋକେ ।

ଏପଟେ ଭୁବନେଶ୍ୱରରେ ବି ତେଜିଛି ମଦ ବିରୋଧୀ ଆନ୍ଦୋଳନ । ଭୁବନେଶ୍ୱର ବରମୁଣ୍ଡା ଗାଁରେ ନୂଆରେ ଖୋଲାଯିବାକୁ ଥିବା ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଏୟାରପୋର୍ଟ ରାସ୍ତାକୁ ଅବରୋଧ ବି କରିଥିଲେ । ଗାଁରେ ଥିବା ତ୍ରିଶକ୍ତି ମହିଳା ପରିଷଦ ଏହି ଆନ୍ଦୋଳନ କରିଥିଲେ । ଏୟାରପୋର୍ଟ ରାସ୍ତାରେ ଏକ ନୂଆ ମଦ ଦୋକାନ ଖୋଲିବାକୁ ସ୍ଥାନୀୟ ମହିଳା ବିରୋଧ ।