ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଲିସ୍ ଓ ମହିଳା ହାତାହାତି । ଭୁବନେଶ୍ୱର ଇସ୍କନ୍ ମନ୍ଦିର ନିକଟ ବଳରାମ ସାହିରେ ରାସ୍ତାରେ ଡ୍ରେନ୍ ଖୋଳିବା ନେଇ ପୁଲିସ୍ ସ୍ଥାନୀୟ ମହିଳା ମୁହାଁମୁହିଁ ହୋଇଛନ୍ତି । ଡ୍ରେନ୍ ନିର୍ମାଣକୁ ପ୍ରତିବାଦ କରୁଥିବା ଜଣେ ମହିଳା ଡ୍ରେନ ଭିତରେ ଖସି ପଡିବା ପରେ ପରିସ୍ଥିତି ଆହୁରି ସଂଗୀନ ହୋଇଥିଲା । ସାନୀୟ ବାସିନ୍ଦାଙ୍କ ଅଭିଯୋଗ ଅସରାଏ ବର୍ଷା ହେଲେ ଘର ଭିତରକୁ ପାଣି ପଶୁଛି । ବଂଚିବା ମୁସ୍କିଲ୍ ହୋଇପଡିଛି, ଏବେ ଡ୍ରେନ୍ ହେଲେ ସେମାନଙ୍କ ଘରେ ବର୍ଷା ପାଣି ଲହଡି ମାରିବ । ଅଭିଯୋଗକୁ ଅଣଦେଖା କରି ବିଏମସି କର୍ତୁପକ୍ଷ ଡ୍ରେନ୍ ଖୋଳିବା ପାଇଁ ବଳରାମ ସାହିରେ ପହଂଚିବା ପରେ ସାନୀୟ ବାସିନ୍ଦା ଏହାର ପ୍ରବଳ ବିରୋଧ କରିଥିଲେ । ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଦୁର୍ବ୍ୟବହାର କରିଛି ବୋଲି ଅଭିଯୋଗ କରିଛନ୍ତି ମହିଳା ।