ପାଇଲଟ୍ ଙ୍କୁ ଘାରିଲା କିକି ନିଶା : ଚଳନ୍ତା ବିମାନରୁ ଓହ୍ଲାଇ ପୁରା କଲେ କିକି ଚ୍ୟାଲେଂଜ, ଭିଡ଼ିଓ ହେଲା ଭାଇରାଲ

25

ପ୍ରତିଦିନ କିକି ଚ୍ୟାଲେଂଜର ନୂଆ ନୂଆ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ସାରା ଦୁନିଆର ଲୋକ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଡ୍ୟାନ୍ସ କରୁଥିବାର ଭିଡ଼ିଓକୁ ସୋଶିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । କିନ୍ତୁ ଏଥର କିକି ଚ୍ୟାଲେଂଜର ଏମିତି ଏକ ଭିଡ଼ିଓ ସାମନାକୁ ଆସିଛି , ଯାହା ସମସ୍ତଙ୍କ ଲୋକ ଟାଙ୍କୁରି ଦେଇଛି । ଏଥର ଏହି ଚ୍ୟାଲେଂଜ କୈାଣସି ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ଦୁଇ ଜଣ ମହିଳା ପାଇଲଟ୍ ପୁରା କରିଛନ୍ତି, ତାହା ପୁଣି କାର୍ ରେ ନୁହେଁ ପ୍ଲେନ୍ ରେ ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ଜଣେ ମହିଳା ପାଇଲଟ୍ ବିମାନ୍ ଚାଲୁ କରି ଶୀଘ୍ର ତଳକୁ ଓହ୍ଲାଇ ପଡୁଛନ୍ତି । ପ୍ଲେନ ନିଜ ସ୍ଥାନରୁ ଧିରେ ଧିରେ ଚାଲୁଥିବାର ଦେଖିବାକୁ ମିଳୁଛି । ମହିଳା ପାଇଲଟ୍ ନିଜ ସାଥୀ ସହ ଇନ୍ ମାଇ ଫିଲିଂଗ୍ସ ଗୀତରେ ଡାନ୍ସ କରୁଛନ୍ତି । ବିଶେଷ କଥା ଏହା ଯେ, ଉଭୟ ମହିଳା ପାଇଲଟ୍ ନିଜ ଡ୍ରେସ୍ ରେ ନଜର ଆସୁଛନ୍ତି ।