କନକ ବ୍ୟୁରୋ : ଧର୍ମଗଡରେ କାର ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲିଫ୍ଟ ଦେବା ବାହାନାରେ କାରକୁ ଡାକିନେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆଣିଲେ ଯୁବତୀ । ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ପୀଡିତା । ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଯୁବତୀ ଜଣକ ଜୟପାଟଣାରୁ ଭବାନୀପାଟଣା ଫେରୁଥିବା ବେଳେ ବସ୍ ପାଇନଥିଲେ । ପରେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ କାରରେ ଛାଡିଦେବାକୁ କହି ଲିଫ୍ଟ ଦେଇଥିଲେ । ଫାଙ୍କା ରାସ୍ତାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣଙ୍କ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଲୋକଲଜ୍ଜାରେ ଏନେଇ ପ୍ରଥମେ ଥାନାରେ ଏତଲା କରିନଥିଲେ ଯୁବତୀ । କିନ୍ତୁ କୌଣସି ବଡ ଅଘଟଣ ଆଶଙ୍କା କରି ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ପୀଡିତା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଯୁବକ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।