ମେଡିକାଲ ଜଗତରେ ପ୍ରଥମ ଘଟଣା : ଚିକିତ୍ସା ସମୟରେ ମହିଳାଙ୍କ ମୁହଁରେ ହେଲା ବିସ୍ଫୋରଣ

648

ଉତ୍ତର ପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି, ଯେଉଁଠି ଏଏମୟୁର ଜେଏଏନ ମେଡିକାଲ କଲେଜରେ ଚିକିତ୍ସା କରୁଥିବା ସମୟରେ ମହିଳାଙ୍କ ମୁହଁରେ ବିସ୍ଫୋରଣ ହେଲା । ଏହା ଦ୍ୱାରା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ଚିକିତ୍ସକମାନେ ମଧ୍ୟ ଆଶ୍ଚର୍ଯ୍ୟରେ ପଡିଯାଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଲା କି, ମହିଳା ସଲଫ୍ୟୁରିକ୍ ଏସିଡର ସେବନ କରିଥିଲେ ।

ସୂଚନାଯୋଗ୍ୟ, ଡାକ୍ତରମାନେ ଚିକିତ୍ସା ସମୟରେ ଯେତେବେଳେ ମହିଳାଙ୍କ ମୁହଁରେ ସେକ୍ସନ ପାଇପ ଭର୍ତ୍ତି କଲେ ଅମ୍ଳଜାନର ସଂସ୍ପର୍ଶରେ ଆସିବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣା ସିସିଟିଭିରେ କଏଦ ଅଛି । ମେଡିକାଲ ଜଗତର ଏହା ପ୍ରଥମ ଘଟଣା ।

୪୦ ବର୍ଷୀୟା ଶୀଳା ଦେବୀ ହଠାତ୍ ଅଚେତ ହୋଇଯାଇଥିଲେ । ତା’ପରେ ତାଙ୍କୁ ଜେଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କ ମୁହଁରେ ପାଇପ ଓ ଅନ୍ୟ ଉପକରଣ ପୁରାଇଲେ ସେଥିରେ ବିସ୍ଫୋରଣ ହୋଇଗଲା । ବିସ୍ଫୋରଣ ପରେ ମୁହଁରୁ ନିଆଁ ଓ ଧୁଆଁ ବାହାରିବାକୁ ଲାଗିଲା । ଏହାପରେ ମହିଳାଙ୍କ ମୃତ୍ୟୁ ଘଟିଲା । ସୂଚନାନୁସାରେ ମହିଳା ସଲଫର ବଟିକା ଖାଇଥିଲେ ।