ମଧ୍ୟପ୍ରଦେଶ ରାୟସେନ୍ ଜିଲ୍ଲାର ମହିଳାମାନେ ତିଆରି କଲେ ନିଜର ସରକାର : ଘରର ଆବଶ୍ୟକତା ପୂରଣ କରିବା ସହ ହେଲେ ଆତ୍ମନିର୍ଭରଶୀଳ

44

ଘରର ଆବଶ୍ୟକତା ପୂରଣ କରିବା ପାଇଁ ଜଣକର ଆୟ ଆଜିକା ସମୟରେ ନିଅଂଟ ହୋଇପଡ଼ୁଛି । ଦରଦାମ ବୃଦ୍ଧି ହେତୁ ଜଣଙ୍କର ଆୟରେ ଚଳିବା ମୁସ୍କିଲ ହୋଇପଡ଼ୁଛି । ତେବେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମହିଳାମାନେ ଆଉ ଘରେ ବସୁ ନାହାନ୍ତି । ଘରର ଆବଶ୍ୟକତା ପୂରଣ କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଆଗେଇ ଆସୁଛନ୍ତି ମହିଳା ।

ସୂଚନାଯୋଗ୍ୟ ସ୍ୱାମୀଙ୍କ ଅଳ୍ପ ଆୟ ଉପରେ ନିର୍ଭର ରହୁଥିବା ମଧ୍ୟପ୍ରଦେଶ ରାୟସେନ୍ ଜିଲ୍ଲାର ପ୍ରାୟ ୨୦୦ ମହିଳା ସରକାରଙ୍କ ଠାରୁ ପ୍ରାରମ୍ଭିକ ସହାୟତା ନେଇ କଡ଼ା ପରିଶ୍ରମ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ଏବେ ନିଜେ ନିଜର ସରକାର ବନାଇଛନ୍ତି । ଏବେ ଆର୍ଥିକ ସ୍ୱଚ୍ଛଳ ଏହି ମହିଳାମାନେ ନିଜ ପରିବାରର ଚାହିଦା ମେଂଟାଇବା ସହ ପରିବାରର ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି ।

ବ୍ୟସାୟୀଙ୍କ କରିବା ସହ ମନ୍ତ୍ରୀନେତାଙ୍କ ସହ ନେଇ ସିଧା କଥାବାର୍ତ୍ତ କରିବା ପାଇଁ ପଛଘୁଂଚା ଦେଉନାହାନ୍ତି । ମଧ୍ୟପ୍ରଦେଶର ସାଂଚି ବ୍ଲକର ମହିଳାମାେନେ ସାବୁନ, ସାନିଟାରି ନାପିକିନ୍, ମହମବତୀ ନିର୍ମାଣ, ଜୈବକ କଷି ଓ ପରିବା ଉତ୍ପାଦନ କରି ମାସକୁ ୧୫ ରୁ ୨୦ ହଜାର ପର୍ଯ୍ୟନ୍ତ ଆୟ କରିପାରୁଡଛନ୍ତି । ଅନ୍ୟପଟେ ସାଚି ବ୍ଲକର ଟିଗରା ଗ୍ରାମର ଗୁଡ଼ିଆ ବାଇ ଓ ହର୍ବାଲ ସାବୁନ ତଆରି କରି ସାବୁନ ପ୍ରତି ୩ ଟଙ୍କା ଲାଭକରୁଛନ୍ତି । ଅନ୍ୟପଟେ ଗୈରତରଙ୍ଗ ଗ୍ରାମର ଅର୍ଚ୍ଚନା ମହିଳାଙ୍କ ସହ ମିଶି ନିଜ ଗ୍ରାମଙ୍କୁ ନିଶାମୁକ୍ତ କରାଇବାରେ ସଫଳ ହୋଇପାରିଛନ୍ତି ।