ଟଙ୍କା ଲୁଟିବାର ଅଜବ ତରିକା ! ୩ ବର୍ଷରେ ୩ଥର ବିବାହ କରି ଏହି ମହିଳା ହଡପ କରିଥିଲେ ଲକ୍ଷ ଲକ୍ଷ ଟଙ୍କା ।

34

ଗତ ୩ବର୍ଷରେ ତିନିଟି ନକଲି ବିବାହ କରି ୧୦ଲକ୍ଷ ଟଙ୍କା ଠକି ନେଇଥିବା ଜନୈକା ଲୁଟେରୀ ଦୁଲହନକୁ ଶେଷରେ ପୁଲିସ ଗିରଫ କରିଛି । ଏପ୍ରିଲ ୧୫ରେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ଥିବା ବେଳେ ଗୁରୁବାର ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣା ପଡ଼ିଛି । ଗିରଫ ହେବା ପରେ ମୁଁ କୌଣସି ଭୁଲ କରି ନାହିଁ ବୋଲି ଅଭିଯୁକ୍ତ ମହିଳା ଜଣଙ୍କ ପୁଲିସକୁ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, କର୍ଣ୍ଣାଟକରେ ଥିବା ଆମ ଗାଁରେ ଏପରି କରିବା ଅତି ସାଧାରଣ । ପ୍ରାୟ ସବୁ ମହିଳାମାନେ ଏପରି ବିବାହ କରି ଟଙ୍କା ଠକି ଆଣିଥାନ୍ତି । ଏବଂ ମୋତେ ଏପରି କରିବା ପାଇଁ ମୋ ମା’ ହିଁ ମୋତେ କହିଥଲେ ବୋଲି ଅଭିଯୁକ୍ତ ମହିଳା ଜଣଙ୍କ ପୁଲିସକୁ ଜଣାଇଛନ୍ତି ।

ସୂଚନା ମୁତାବକ, କିଛି ମାସ ପୂର୍ବରୁ ଅଶୋକ ଜୈନ୍ ନାମକ ଜଣେ ଯୁବକଙ୍କୁ ବିବାହ କରିବା ପରେ କିଛି ଦିନ ତାଙ୍କ ସହ ରହିଥିଲେ ଅଭିଯୁକ୍ତ ମହିଳା । ଏପ୍ରିଲ ୧୫ରେ ଶାଶୁ ଘରୁ ଫେରାର ହୋଇ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ । ମେ ୯ ତାରିଖରେ ପୁଣି ଭରତ ଜୈନ୍ ନାମକ ଅନ୍ୟ ଜଣେ ଯୁବକଙ୍କ ଠାରୁ ୪.୫୦ଲକ୍ଷ ନେଇ ତାଙ୍କୁ ବିବାହ କରିଥିଲେ । କିଛି ଦିନ ସେଠାରେ ରହିବା ପରେ ସେଠୁ ମଧ୍ୟ ଲୁଚି କରି ଆସି ଆଉ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଥିଲେ । କିନ୍ତୁ ଠିକ୍ ସମୟରେ ଗିରଫ କରି ନେଇଥିଲା ପୁଲିସ । ମହିଳାଙ୍କୁ ଏପରି କରିବା ପାଇଁ ତାଙ୍କ ମା’ କୌଶଲ୍ୟା ହିଁ ତାଙ୍କୁ ପ୍ରବର୍ତ୍ତାଇଥିବା ପୁଲିସ କର୍ମଚାରୀ କହିଛନ୍ତି ।