ଘର କାମ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା, ଜାଣନ୍ତୁ କାହିଁକି ?

166

ଆପଣ ଆପଙ୍କ ଜୀବନସାଥୀଙ୍କୁ ଘର କାମରେ ସାହାଯ୍ୟ କରୁଛନ୍ତି କି ? ଯଦି କରୁ ନାହାନ୍ତି ତେବେ ଏବେଠାରୁ ଆରମ୍ଭ କରିଦିଅନ୍ତୁ । କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କୁ ଏମିତି ପୁରୁଷ ପସନ୍ଦ ଯେଉଁମାନେ ତାଙ୍କୁ ଘର କାମ କରିବାରେ ସାହାଯ୍ୟ କରନ୍ତି । ଏହାସହ ଏହି ଅଧ୍ୟୟନରୁ ଆଉ ଏକ ଗରୁତ୍ୱପୂର୍ଣ୍ଣ କଥା ଜଣାଡିଛି ଘର କାମରେ ସାହାଯ୍ୟ କରୁନଥିବା ଜୀବନସାଥୀ ସହ ମହିଳାଙ୍କ ସବୁବେଳେ ମନାନ୍ତର ସୃଷ୍ଟି ହୋଇଥାଏ ।

ଷ୍ଟକହମ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଘର କାମରେ ନିଜ ସାଥୀକୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ ହେବା ସହ ଭଲ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ସମ୍ପର୍କରେ ସନ୍ତୁଷ୍ଟି ମନୋଭାବ, ସ୍ଥିରତା ଓ ମଧୁରତା ଆସିଥାଏ । ଅଧ୍ୟୟନକର୍ତ୍ତାକଙ୍କ ମୁତାବକ ବିଗତ କିଛି ଦଶନ୍ଧି ମଧ୍ୟରେ ବିବାହର ଅର୍ଥ ବଦଳି ଯାଇଛି । ଏବେ ପରିବାରେ କେବଳ ପୁରୁଷ ମାନେ ଆୟକରୁ ନାହାନ୍ତି, ସେମାନଙ୍କ ସହ କାନ୍ଧ କୁ କାନ୍ଧ ମିଳାଇ ମହିଳାମାନେ ମଧ୍ୟ ଟଙ୍କା ରୋଜଗାର କରୁଛନ୍ତି ।

କେବଳ ଯେ ମହିଳାମାନେ ରୋଜଗାର କରୁଛନ୍ତି ତାହା ନୁହଁ, ଏହାସହ ସେମାନେ ଘରର ସବୁ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏତେ ସବୁ ଦାୟିତ୍ୱ ଭିତରେ ବେଳେବେଳ ମହିଳାମାନେ ଅଣନିଶ୍ୱାସୀ ହୋଇ ବିଷାଦଗ୍ରସ୍ତ ହୋଇଯାଆନ୍ତି । ଯାହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡେ । ଏଥିପାଇଁ ଜରୁରୀ ଜୀବନସାଥୀ ତାଙ୍କୁ ଘର କାମରରେ ସାହାଯ୍ୟ କରିବା ଉଚିତ । ଏମିତି କରି ପୁରୁଷମାନେ ନିଜ ସାଥୀ ପ୍ରତି ନିଜର ଭଲପାଇବା ଦେଖାଇପାରିବେ ।