ବୋହୂକୁ ପୋଡି ମାରିଦେଲେ ଶାଶୂଘର ଲୋକେ । ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ହାତଗୋଡ ବାନ୍ଧି ନିଆଁ ଲଗାଇଦେଲେ ଶାଶୂ-ନଣନ୍ଦ

କଟକ ମେଡିକାଲରେ ମୃତ୍ୟୁ

480

କନକ ବ୍ୟୁରୋ: କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା ତିଖିରି ପଂଚାୟତ ବାଲିସୁାଆଁ ଗାଁରେ ଚାଚଂଲ୍ୟ । ଗତକାଲି ରାତିରେ ଏହି ଗାଁର ନିଶାମଣି ସାହୁଙ୍କ ସାନ ବୋହୂ କଣ୍ଢେଇ ସ୍ୱାଇଁଙ୍କୁ ଶାଶୁ ଓ ନଣନ୍ଦ ପୋଡିମାରିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୋହୁଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଥିଲା ।

ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ସେ ସାଂଘାତିକ ବୟାନ ଦେଇଛନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ଯୌତୁକ ପାଇଁ ତାଙ୍କ ହାତଗୋଡ ବାନ୍ଧି ଶାଶୁ ନଣନ୍ଦ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି । ଏଥିିରେ ସେ ଗୁରୁତର ଭାବେ ପୋଡିଯାଇଥିବାବେଳେ ଏବଂ ଦୁଇ ବଖରା ଘର ମଧ୍ୟ ଜଳି ଯାଇଛି । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।