ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିଲା ବିଶେଷ ରାକ୍ଷୀ : ନରେନ୍ଦ୍ର ମୋଦିଙ୍କ ପାଇଁ ରାକ୍ଷୀ ତିଆରି କଲେ ମୁସଲିମ୍ ମହିଳା

28

ନିଜର ବାର୍ଷିକ ପରମ୍ପରାକୁ ବଜାୟ ରଖି ବାରାଣାସୀରେ ଏକ ମୁସଲିମ୍ ମହିଳା ଫାଉଣ୍ଡେସନ୍ ର ସଦସ୍ୟ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାକ୍ଷୀ ତିଆରି କରିଛନ୍ତି । ଏମଡବ୍ଲୁଏଫ ସଦସ୍ୟଙ୍କ ମଧ୍ୟରୁ ଜଣେ ନଜିମା ଅନ୍ସାରୀଙ୍କ କହିବାନୁସାରେ, ବନାରସରେ ରହୁଥିବା ତାଙ୍କର ଫାଉଣ୍ଡେସନର ମହିଳାମାନେ ପ୍ରଥମ ଥର ବର୍ଷ ୨୦୧୩ରେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଇଥିଲେ । ସେବେ ଠାରୁ ଏହି ପରମ୍ପରା ଚାଲିଛି ।

ଏମଡବ୍ଲୁଏଫରେ ମହିଳାମାନେ ତାଙ୍କୁ ବଡ଼ ଭାଇ ଓ ପିତାଙ୍କ ଭଳି ମାନନ୍ତି । ସେଥିପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ରାକ୍ଷୀକୁ ଏକ ଆଶା ସହିତ ପଠାଉଛନ୍ତି କି, ସେ ତାଙ୍କର ରକ୍ଷା କରିବା ଜାରି ରଖିବେ ଓ ଆବଶ୍ୟକ ସମୟରେ ତାଙ୍କର ସହାୟତା କରିବେ ବୋଲି ପ୍ରକାଶ କରିଛନ୍ତି ଅନ୍ସାରୀ ।