ହେ ପ୍ରଭୁ ! ଛଡାଇ ଦିଅ ମୋ ସ୍ୱାମୀଙ୍କ ମଦ,ଶ୍ରାବଣ ସୋମବାରରେ ମହାଦେବଙ୍କ ନିକଟରେ ଏଭଳି ମନସ୍କାମନା କଲେ ସ୍ତ୍ରୀ

46

କନକ ବ୍ୟୁରୋ : ଛଡାଇଦିଅ ମୋ ସ୍ୱାମୀଙ୍କ ମଦ । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଏଭଳି ଭାବେ ଆରାଧନା କରିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଠାରୁ ମଦ ଛଡାଇବା ପାଇଁ ସ୍ତ୍ରୀ ଆଜି ମହାପ୍ରଭୁ ଧବଳେଶ୍ୱରଙ୍କ ପୀଠକୁ ଆସିଥିଲେ । ତାଙ୍କ ବିଶ୍ୱାସ, ପ୍ରଭୁ ଧବଳେଶ୍ୱରଙ୍କୁ ପାଣି ଲାଗି କଲେ କୋଟି ଜନ୍ମର ପୂଣ୍ୟ ଲାଭ ହେବା ସହ ମନସ୍କାମନା ପୂରଣ ହୋଇଥାଏ । ଆଉ ଏଥିପାଇଁ କାହିଁ କେତେ ଦୂରରୁ ଧବଳେଶ୍ୱରପୀଠକୁ ଧାଇଁ ଆସିଛନ୍ତି ମହିଳା ଜଣକ । ଏଠାରେ ସେ ପୂଜାର୍ଚ୍ଚନା କରିବା ସହ ତାଙ୍କ ସ୍ୱାମୀ କିପରି ମଦ ଛାଡିବେ ସେନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଦୀର୍ଘ ୭ ବର୍ଷ ହେଲା ସେ ଏଠାକୁ ବିଶ୍ୱାସର ସହ ଆସୁଛନ୍ତି । ପ୍ରତିବର୍ଷ ସେ ଯାହା ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ । ଭଗବାନଙ୍କ ପ୍ରତି ସେହି ବିଶ୍ୱାସ ଓ ଭରସା ନେଇ ସେ ପ୍ରତିବର୍ଷ ଆସୁଛନ୍ତି । ଚଳିତ ଥର ସେ ସ୍ୱାମୀଙ୍କ ମଦ ଛଡାଇବା ପାଇଁ ମନସ୍କାମନା କରି ଭଗବାନଙ୍କ ନିକଟକୁ ଆସିଛନ୍ତି । ଆଉ ତାଙ୍କ ଡାକ ଭଗବାନ ନିଶ୍ଚୟ ଶୁଣିବେ ସେ ଆଶାବାଦୀ ଅଛନ୍ତି ।