ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟଫୋନ୍‌ ! ରାଜ୍ୟ ସରକାରଙ୍କର ସମବାୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଲା ନିଆରା ଯୋଜନା

43

କନକ ବ୍ୟୁରୋ : ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‌ । ରାଜ୍ୟ ସରକାରଙ୍କର ସମବାୟ ବିଭାଗ ପକ୍ଷରୁ ଏଭଳି ଏକ ନିଆରା ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବରୁ ପୁରୁଷଚାଷୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ମହିଳା ଚାଷୀଙ୍କୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏହାଦ୍ଵାରା ମହିଳା ଚାଷୀ ଉତ୍ସାହିତ ହେବା ସହ ଚାଷ ପ୍ରତି ମନୋନିବେଶ କରିବେ । ତା ଛଡ଼ା ଏଥିରେ ସେମାନେ ପାଣିପାଗ ସହ ଚାଷ, ବଜାର ଦର ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇବେ । ଆସନ୍ତା ଖରିଫ୍‌ ଋତୁରେ ଏହି ଯୋଜନା ପ୍ରଥମେ ଗଞ୍ଜାମ ଜିଲାରୁ ଶୁଭାରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ଚାଷୀଙ୍କ ମଧ୍ୟରେ ୩୪ ପ୍ରତିଶତ ମହିଳା ଚାଷୀ ରହିଛନ୍ତି । ସେମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏଭଳି ଯୋଜନା କରାଯାଇଛି । ୨୦୧୩-୧୪ ଆର୍ଥିକ ବର୍ଷରେ ଏଭଳି ଏକ ସ୍ମାର୍ଟ ଫୋନ୍‌ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଏଥିରେ କେବଳ ପୁରୁଷ ଚାଷୀମାନେ ସାମିଲ ଥିଲେ। ଏହି ବର୍ଷ ୧୮ ହଜାର ଚାଷୀ ଉପକୃତ ହୋଇଥିବା ବେଳେ ୧୬-୧୭ ଆର୍ଥିକ ବର୍ଷରେ ୪୦ ହଜାରରୁ ଊଦ୍ଧ୍ଵର୍ ଫୋନ୍‌ ପ୍ରଦାନ କରାଯାଇଥିଲା ।