ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ୟାଙ୍କର ୫ଟି ଯୋଜନା ! ଆପଣ ବି ଉଠାଇପାରିବେ ଲାଭ

69

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ମହିଳା । ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି । ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି । ସମାଜରେ ନିଜକୁ ସୁରକ୍ଷିତ ମଣୁଥିବା ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ ।

ବର୍ତ୍ତମାନ ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି । ତେବେ ମହିଳାମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜାନାମାନ ରହିଛି । ଯୋଜନା ଗୁଡ଼ିକ ଜରିଆରେ ମହିଳାମାନେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିବେ । ମହିଳାମାନେ ନିଜର ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । ଆଜି ଏପରି କିଛି ୭ଟି ଯୋଜନା ବିଷୟରେ ଆଲୋଚନା କରିବା ।

ମୁଦ୍ରା ଯୋଜନା – ଭାରତ ସରକାର ଏହି ଯୋଜନା ଅନୁସାରେ ମହିଳାମାନଙ୍କୁ ବ୍ୟୁଟି ପାର୍ଲର, ଟେଲରିଂ ୟୁନିଟ୍, ଟ୍ୟୁସନ୍ ସେଂଟର କରିପାରିବେ । ଋଣଦେବା ପୂର୍ବରୁ ଆବେଦନକାରୀଙ୍କ ଭେରିଫିକେସନ୍ କରାଯାଏ । ଭେରିଫିକେସନ୍ ପରେ ମହିଳା ଉପଭୋକ୍ତାଙ୍କୁ ମୁଦ୍ରା କାର୍ଡ଼ ମିଳେ । ଆଉ ଏହି କାର୍ଡ଼ ଜରିଆରେ ବ୍ୟବସାୟ ମୁତାବକ ଜିନିଷ କିଣପାରିବେ ଓ ବ୍ୟବସାୟ ଆରମ୍ଭ କରିପାରିବେ ।

ଅନ୍ନପୂର୍ଣ୍ଣା ଯୋଜନା – ଫୁଡ଼ କ୍ୟାଟରିିଙ୍ଗ ବ୍ୟବସାୟ କରୁଥିବା ମହିଳାଙ୍କ ପାଇଁ ହିଁ ଯୋଜନା ଉପଯୋଗୀ । ଏଥିରେ ଟିଫିନ୍ ସର୍ଭିସ୍, ସ୍ନାକ୍ସ ପରି ବ୍ୟବସାୟ କରିହେବ । ଏଥିିରେ ଅଧିକତମ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଋଣ ମିଳେ । ଏହି ଋଣରେ ଏକ ମାସର ଇଏମଆଇର ମାଗଣା ସମୟ ମଧ୍ୟ ମିଳେ । ଆଉ ଇଂଟରନେଟ୍ ମାର୍କେଟ ମୂଲ୍ୟ ଅନୁସାରେ ସୁଧ ଆଦାୟ କରାଯାଏ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଋଣ ଉପଲବ୍ଧ କରାଏ ।

ଉଦ୍ୟୋଗୀନୀ ଯୋଜନା – ଛୋଟ ବ୍ୟବସାୟ, ରିଟେଲ୍ ବ୍ୟବସାୟ ଓ କୃଷୀ ଉପକରଣ ବ୍ୟବସାୟ ପାଇଁ ଏହି ଯୋଜନା ଉପଯୋଗୀ । ୧୮ରୁ ୪୫ ବର୍ଷ ବୟସ୍କ ମହିଳାଙ୍କୁ ଏହି ଋଣ ଦିଆଯାଏ । ଏହାର ସୀମା ହେଲା ୧ ଲକ୍ଷ । ପଞ୍ଜାବ ଓ ସିନେ୍ଧ ବ୍ୟାଙ୍କ ଏହି ଋଣ ପ୍ରଦାନ କରେ ।

ସ୍ତ୍ରୀ ଶକ୍ତି ପ୍ୟାକେଜ୍ – ଯେଉଁ କମ୍ପାନୀରେ ୫୦ ପ୍ରତିଶତରୁ ଅଧିକ ଶେୟାର ମହିଳାଙ୍କ ନାମରେ ତାଏ, ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନାରେ ଋଣ ନେଲେ ସୁଧହାର ୦.୫ ପ୍ରତିଶତ ଦେବାକୁ ପଡ଼େ । ୫ ଲକ୍ଷ ପର‌୍ୟ୍ୟନ୍ତ ଋଣ ନେଲେ ମଧ୍ୟ ସିକ୍ୟରିଟି ଜମା କରିବା ପାଇଁ ପଡ଼େ ନାହିଁ । ଏହା ଏସବିଆଇର ଏକ ଯୋଜନା ।

ମହିଳା ଉଦ୍ୟମ ନିଧି ଯୋଜନା – ଛୋଟ ଆକାରେ ନିଜ ଇଣ୍ଡଷ୍ଟ୍ରୀ ଚଳାଉଥବା ମହିଳାଙ୍କ ପାଇଁ ଏହି ଯୋଜନା । ଛୋଟ ଆକାରରେ କାମ କରୁଥିବା ମହିଳା ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଏହି ଯୋଜନାର ଲାଭ ଉଠାଇପାରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହି ଯୋଜନା ଉପଲବ୍ଧ କରାଏ ।